
କୋଇଡ଼ା : ସୁନ୍ଦରଗଡ଼ ରୁ କୋଇଲା ବୋଝେଇ ୫ଗୋଟି ହାଇୱା ଏକ ସାଙ୍ଗରେ ବଡ଼ବିଲ ଶ୍ରୀଜଗନ୍ନାଥ ଷ୍ଟିଲକୁ ଆସୁଥିବା ବେଳେ ରାତ୍ର ୮, ୩୦ସମୟରେ କାଲଟା ଚୁନାଘାଟି ଚଡିବା ସମୟରେ ୧୦ରୁ ୧୫ଜଣ ଦୁର୍ବୁତ୍ତ ଆସି ଢେଲା ପଥର ସବୁ ଗାଡ଼ିର ଡ୍ରାଇଭର ମାନଙ୍କୁ ମାରିବା ସହିତ ଗାଡ଼ିର ସବୁ କାଚ ଭାଙ୍ଗି ଦେଇଛନ୍ତି l ଏଥିରେ ସବୁଗାଡ଼ିର ଡ୍ରାଇଭର ମାନେ ଆହତ ହୋଇଥିଲେ l ସେମାନଙ୍କୁ କୋଇଡ଼ା ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା l ସେଥିମଧ୍ୟରୁ କୋଇଡାର ଅସଗର ବକ୍ସ ନାମ ମାଲିକର ଦୁଇଟି ଗାଡ଼ି OD ୧୪AF -୨୪୨୨ OD ୧୪AF -୨୩୨୨ ଓ ଅନ୍ୟ ୩ଟି ଗାଡ଼ି OD ୧୬L-୫୪୩୩ OD ୧୬L-୯୦୩୩ OD ୧୬k-୯୧୦୨ ସୁନ୍ଦରଗଡ଼ ମାଲିକ ବୋଲି ଜଣାପଡ଼ିଛି , ଏଠାରେ ପୋଲିସ୍ ପେଟ୍ରୋଲିଂ ନ କରାଯାଏ ତାହେଲେ ଆଗାମୀ ଦିନରେ ଦୂର୍ବୁତଙ୍କୋ ସଂଖ୍ୟା ଆହୁରି ବଢିବାରେ ଲାଗିବ ବୋଲି ଗ୍ରାବାସୀମାନେ ଅଭିଯୋଗ କରିଛନ୍ତି,
କୋଇଡା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜଦଦୂତ୍ତ ନ୍ୟୁଜ୍