“ମୁଣ୍ଡାରୀ ବାନି” ପ୍ରଶିକ୍ଷଣ ଶିବିର
ସାରସକଣା ମୁଣ୍ଡାରୀ ଭାଷା ଲିପି ପ୍ରଚାର ପ୍ରସାର ପାଇଁ ସାରସକଣା ବ୍ଲକର ମୁରୁଣିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଥିଲା ଗ୍ରାମରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅନୁଷ୍ଠାନର ଆୟୋଜକ କରମ ଚାନ୍ଦ ସିଂଙ୍କ ସଭାପତିତ୍ବରେ ହୋଇଥିଲା। ମୁଣ୍ଡାରୀ ବାନି ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, ବୁଧୁ ସିଂ, ମନୋରଞ୍ଜନ ସିଂ ଓ ସହଯୋଗୀ ମାନୀନ୍ଦ୍ର ସିଂଙ୍କ ଜରିଆରେ ରଥିଲା, ବଣଗାଁ, କପାଡିଆ, ନୂଆଡି ଆଦି ଗ୍ରାମରେ ୪୦ ରୁ ଉର୍ଦ୍ଧ ପିଲାଙ୍କ ମୁଣ୍ଡାରୀ ବାନି ଲିପିରେ ୬ ରୁ ୧୪ ବୟସ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଗଲା ଏବଂ ଅଲ୍ ଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ଜୀବନି, ଭାଷ, ଲିପି ବିଷୟରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ଟିକୁ ଗ୍ରାମର ବିରଞ୍ଚି ନାରାୟଣ ସିଂ ସଭାର ସଭା ସାଙ୍ଗ କରିଥିଲେ। ଆଗାମୀ ଦିନରେ ସାରସକଣା ବ୍ଲକରେ ପ୍ରଚୁର ପରିମାଣରେ ମୁଣ୍ଡାରୀ ବାନି ଲିପିର ପ୍ରଚାର ପ୍ରସାର କରାଯିବ ବୋଲି ପ୍ରତିଶ୍ରୁତି ଦେଲେ।
