ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଅନ୍ୟ ପାଇଁ ମୁତ୍ୟୁଫାଶ
__________________
ତା/୦୬/୦୬/୨୬(ନି.ପ୍ର): ସାରସକଣା:(ଅନୀଲ କୁମାର ସାହୁ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବିଦ୍ୟୁତ୍ ସେକ୍ସନର ଚ଼ରମ ଅବହେଳା କାରଣ ଯୋଗୁଁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଝାରପୋଖରିଆ ବିଦ୍ୟୁତ୍ ବିଭାଗ (ଟି.ପି.ଏନ୍. ଓ.ଡ଼ି ଏଲ) ଦ୍ବାରା ଉପଭୋକ୍ତା ମାନଙ୍କୁ ଦିଆଯାଇ ଥିବା ବିଦ୍ୟୁତ ସଂଯୋଗରେ ବିଦ୍ୟୁତ୍ ସରବରାହରେ ବହୁତ ତ୍ରୁଟି ରହୁଛି । ଆଜିକା ଦିନରେ ଧାଙ୍ଗୁଡ଼ିଶୋଳ ପଞ୍ଚାୟତ ଅଧୀନସ୍ଥ ରାମଚ଼ନ୍ଦ୍ରପୁର ଗ୍ରାମର ମୁଖ୍ୟ ଛକ ଠାରେ ଏକ ବିଦ୍ୟୁତ ଖୁଣ୍ଟରେ ରେ ବିଦ୍ୟୁତ ଓହଳି ରହି ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି । ଦୁଃଖର ବିଷୟ ଉକ୍ତ ବିଦ୍ୟୁତ୍ ଖୁଣ୍ଟରେ ରାସ୍ତା ଠାରୁ ମାତ୍ର ୩ ଫୁଟ ଉଚ୍ଚତାରେ ବିଦ୍ୟୁତ ତାର ମୋଡ଼ି ଦେଇ ବିଦ୍ୟୁତ ସଂଯୋଗ କରାଯାଇଛି । ଉକ୍ତ ସ୍ଥାନରେ କୌଣସି ସୁରକ୍ଷା ବାଡ଼ କରାଯାଇ ନାହିଁ । ଯାହା ଫଳରେ ଉକ୍ତ ସ୍ଥାନରେ ଯେ କୌଣସି ମୂହୁର୍ତ୍ତରେ ଜୀବନ ହାନି ହୋଇପାରେ । ତେଣୁ ଉକ୍ତ ସ୍ଥାନରେ ବିଦ୍ୟୁତ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ସୁରକ୍ଷା ବାଡ଼ କରିବା ଉଚ଼ିତ କିମ୍ବା ଉକ୍ତ ବିଦ୍ୟୁତ ତାର କୁ ଏକ ନିର୍ଦ୍ଧିଷ୍ଟ ଉଚ୍ଚତାରେ ରଖି ବିଦ୍ୟୁତ ସଂଯୋଗ ଦେବା ଉଚ଼ିତ । ଆହୁରି ମଧ୍ୟ ଉକ୍ତ ଛକ ଠାରୁ ୧୦୦ ମିଟର ଠାରେ ରାସ୍ତାର ପାର୍ଶ୍ଵରେ ମଧ୍ୟ ଏଭଳି ବିଦ୍ୟୁତ ତାର ମୋଡ଼ା ମୋଡ଼ି କରି ବିଦ୍ୟୁତ୍ ସଂଯୋଗ କରାଯାଇଛି । ସେଠି ମଧ୍ୟ ସୁରକ୍ଷା ବାଡ଼ କରିବା ଉଚ଼ିତ । ଏସବୁ ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ରହୁଛି । ଏଣୁ ଯଥାଶୀଘ୍ର ବିଦ୍ୟୁତ ବିଭାଗ ଉକ୍ତ ସ୍ଥାନରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କଲେ ଆଗାମୀ ଦିନରେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ । ତେଣୁ କରି ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ପଦାଧିକାରୀ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ବିଦ୍ୟୁତ୍ ପ୍ରଦାନ କରିବା ପାଇଁ ବୁଦ୍ଧିଜୀବୀ ଓ ଜନସଧାରଣରେ ଦାବି ହେଉଛି । ଭଞ୍ଜ ଦୁତ ଖବର।
