କଙ୍କା ଗ୍ରାମରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଗଁନ୍ଦିଆ ବ୍ଲକ ବାଇଶିଆ ପଞ୍ଚାୟତର କଙ୍କା ଗ୍ରାମରେ ଥିବା “ନଡା ଶିଳ୍ପ ସଂଘ, କଙ୍କା,ଆନୁକୂଲ୍ୟରେ ପକୃତି ସୁରକ୍ଷା ପାଇଁ ଗଛ ବଞ୍ଚିଲେ ଆମେ ବଞ୍ଚିବା,ବିଶ୍ୱ ପରିବେଶ ଦିବସରେ ଦେଶର କୋଣ ଅନୁକୋଣରେ ବଷବାଷ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବା ଗୋଟିଏ ଗଛ ଲଗାଇ ଧରିତ୍ରୀ ମାତାର ସବୁଜିମା କରି ଗଢ଼ିତୋଳିବା, ପରିବେଶ ବିନା ସୃଷ୍ଟି ଅସମ୍ଭବ ତେଣୁ ନଡା ଶିଳ୍ପ ସଙ୍ଘ ସହାୟତାରେ କଙ୍କା ଗ୍ରାମର ପ୍ରବେଶ ପ୍ରଥରେ ଥିବା ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଗଛ ଲଗାଇଥିଲେ l ଏଥିରେ ଗ୍ରାମର ସମସ୍ତ ଯୁବକ ଯୁବତୀ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ତେଣୁ ଆସ ସମସ୍ତେ ମିଶି ଏକ ସରସ ସୁନ୍ଦର ଧରିତ୍ରୀ ସହ ପରିବେଶ ଗଢି ତୋଳିବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା l
