କଟାପାଲି ଗାଁରେ ‘ଶିଶୁଶ୍ରୀ’ର ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ
ବରଗଡ଼ : ୦୫.୦୬(ନି ପ୍ର ). ବିଦ୍ୟାଳୟ ଛୁଟି ସମୟରେ ପିଲା ମାନଙ୍କୁ ମୋବାଇଲ ଠୁ ଦୂରରେ ରଖି ପାଠ ପଢା ସହିତ ଜଡ଼ିତ କରି ପୁସ୍ତକ ମନସ୍କ କରାଇବା ଓ ବିଭିନ୍ନ ବିଷୟରେ ଥିବା ସନ୍ଦେହକୁ ଦୂର କରାଇବା ଉଦେଶ୍ୟରେ ଦୀର୍ଘ ଚାରିବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ର ‘ଆସ ଆମେ ପଢ଼ିବା କାର୍ଯ୍ୟକ୍ରମ’ ସ୍ଥାନୀୟ କଟାପାଲି ଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସର ମଧ୍ୟରେ ଆୟୋଜିତ ହୋଇ ଯାଇଅଛି। ଗାଁ ର ଉଦୀୟମାନ ଯୁବକ ତରଣୀ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ପାଇଁ ଗପ, ଗୀତ ଓ କବିତା ପାଠ କରାଯିବା ସହିତ ଶିକ୍ଷାଦାନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ସାମାଜିକ କର୍ମୀ ସଙ୍ଘମିତ୍ରା ପଟେଲ, ଡ଼ ଡୋଳାମଣି ଶତପଥୀ, ପଣ୍ଡିତ କପିଲ ବାଗ, ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି କ୍ଷେତି, ଡାକ୍ତର ଭୋଇ, ଶିକ୍ଷକ ଦୁଃଖି ସେବକ ସାହୁ ପ୍ରମୁଖ ଶିକ୍ଷାଦାନ କରିଥିଲେ। ଗାଁର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିଶୁଶ୍ରୀ’ର ଆବାହକ ଡକ୍ଟର ରବିନାରାୟଣ ସାହୁ।
