କୁଡୁମୀ ସେନା ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ
କୁଡୁମୀ ସେନା ପକ୍ଷରୁ ବଡ଼ସାହି ବ୍ଲକର ଟିକରବାଟୀ ଗ୍ରାମ ରେ କୁଡୁମୀ ସେନା ର ୧୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି |
ସାରା ଭାରତରେ ୨ କୋଟି ରୁ ଉର୍ଦ୍ଧ କୁଡୁମୀ ସମ୍ପ୍ରଦାୟର ଲୋକେ ଓଡିଶା ,ଝାରଖଣ୍ଡ,ପଶ୍ଚିମବଙ୍ଗ ,ବିହାର ଓ ଆସମ୍ ରେ ବସବାସ କରୁଛନ୍ତି ।ଏହି ଜାତି କୁ ୧୯୫୦ ମସିହା ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ମିଳିଥିଲା ।କିନ୍ତୁ ପରେ ସମ୍ବିଧାନରୁ ଆଦିବାସୀ ମାନ୍ୟତା ହଟାଇ ଦିଆଗଲ |ପୁନଃ ଆଦିବାସୀ ମାନ୍ୟତା ପାଇଁ ଏହି ସମ୍ପ୍ରଦାୟର ଲୋକେ ଦୀର୍ଘ ବର୍ଷ ଧରି ଦାବି ରଖି ଆସୁଛନ୍ତି | ତେଵେ ଓଡିଶା ରେ କ୍ରାନ୍ତିକାରୀ ଯୁବ ନେତା ଜୈମୁନୀ ମହାନ୍ତ ଙ୍କ ନେତୃତ୍ୱ ରେ କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ଏକାଠି କରି ୨୦୧୨ ଜୁନ ୩ ରେ ବେତନଟି ଠାରେ କୁଡୁମୀ ସେନା ଗଠନ କରି କୁଡୁମୀ ଲୋକ ଙ୍କ ର ସାମାଜିକ ,ଅର୍ଥନୈତିକ, ଭାଷା,ସଂସ୍କୃତି ର ସୁରକ୍ଷା ଓ କୁଡୁମୀ ଜାତି କୁ ପୁନଃ ଆଦିବାସୀ ତାଲିକା ରେ ସାମିଲ କରିବା ପାଇଁ ୧୪ ବର୍ଷ ଧରି ଜ଼ିଲ୍ଲା,ରାଜ୍ୟ ତଥା ଜାତୀୟ ସ୍ତର ରେ ଆୟୋଜନ କରି ଆସୁଛନ୍ତି । ତେବେ ଏହି ଦିନ କୁ ମନେ ରଖିବା ପାଇଁ ବଡ଼ସାହି ବ୍ଲକ ର ଟିକରବାଟୀ ଗ୍ରାମ ର ଲିପୁନ ମହାନ୍ତ ଙ୍କ ନେତୃତ୍ୱ ରେ କୁଡୁମୀ ସେନା ର ୧୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହେଇଯାଇଛି । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟ ରେ କୁଡୁମୀ ସେନା ର ଲଳିତ ମହାନ୍ତ, କୁନା,କାଲୁ,ନୁକୁ, ଭାବିନ୍ଦୁ, ଅଖିଳ, ପପୁ ବବଲୁ, ବାପି, ବାପୁନ, ଲାଲମୋହନ, ଡମ୍ବରୁ ମହାନ୍ତ ଓ ମହିଳା ସେନା ର ମାଳତୀ ମହାନ୍ତ, ଜୟନ୍ତୀ ମହାନ୍ତ, କବିତା, ରଶ୍ମିତା, ଲଳିତା, ଗୁରୁବାରୀ, ରାୟମାଳୀ, ଭାରତୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।
