ବିଜେଡି ପକ୍ଷ ରୁ ନାରୀ ଅଭିଯାନ ପଦଯାତ୍ରା ଅନୁଷ୍ଠିତ।
ରଙ୍ଗେଈଲୁଣ୍ଡା -ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ପକ୍ଷ ରୁ ନାରୀ ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରୁ ହଜାର ହଜାର ସଂଖ୍ୟା ରେ ନାରୀ ମାନେ ପଦଯାତ୍ରା ରେ ଅଂଶ ଗ୍ରହଣ କରି ବିଡ଼ିଓ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି ମହୋଦୟା ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ନାରୀ ଅଭିଯାନ ପଦଯାତ୍ରା ଅନୁଷ୍ଠିତ ହେଉଛି। ୨୦୨୩ମସିହାରେ ନାରୀ ମାନଙ୍କ ୩୩%ସଂରକ୍ଷଣ ବିଧାନସଭା ଏବଂ ସଂସଦ ପାଇଁ ବିଲ ପାରିତ ହୋଇଥିବା ବେଳେ ତାହାକୁ କାର୍ଯ୍ୟକାରୀ ନ କରାଯାଇ କେନ୍ଦ୍ର ସରକାର ନାରୀ ମାନଙ୍କ ପ୍ରତି ଛଳନା କରୁଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ଅଜିତ ଦାଶ କହିଥିଲେ।ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଥିବା ବେଳେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ବିଜେପି ସରକାର ଉପରେ ଅତିଷ୍ଟ ହୋଇପଡିଲେଣି ଏବଂ ଆଗାମୀ ନିର୍ବାଚନ ରେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ବିଜେଡି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ।
