ଜୁଆ ଖେଳ କୁ କେନ୍ଦ୍ର କରି ଆକ୍ରମଣ, ୨ ଗୁରୁତର
କାମାକ୍ଷାନଗର, କାମାକ୍ଷାନଗର ଥାନା ଅନ୍ତର୍ଗତ ସିଆରିମାଳିଆ ଗ୍ରାମରେ ଜୁଆ ଖେଳକୁ କେନ୍ଦ୍ର କରି ଆକ୍ରମାଣରେ ୨ ଜଣ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ ହୋଇଥିବାର ଜଣାଯାଇଛି l ସିଆରିମାଳିଆ ଗ୍ରାମରେ ଜୁଆ ଖେଳ ହେଉଥିବା ବେଳେ ସରୋଜ ନାଏକଙ୍କ ପୁଅ ଦେଖି ଦେଇଥିଲେ l ଜୁଆ ଖେଳରେ ସଂପୃକ୍ତ ପୃଥ୍ଵୀରଜ ପ୍ରଧାନ,ସଂଜୀବ ପ୍ରଧାନ, ସିଲୁ ପ୍ରଧାନ, ଉପେନ୍ଦ୍ର ପ୍ରଧାନ ପ୍ରମୁଖ ସରୋଜଙ୍କ ୮ ବର୍ଷ ର ପୁଅ ସୁମନ୍ତ କୁ ଆକ୍ରମଣ କରିଥିଲେ l ସୁମନ୍ତ କୁ ଆକ୍ରମଣ କରିବାକୁ ଆସିବା ବେଳେ ଜେଜେମା ସରସ୍ବତୀ ନାଏକ ନାତିକୁ ବଞ୍ଚାଇବାକୁ ଯାଇଥିଲେ l ଏଇ ସମୟରେ ପୃଥ୍ଵୀରାଜଙ୍କ ଆକ୍ରମାଣରେ ସରସ୍ବତୀ ଏବଂ ତାଙ୍କ ପୁଅ ସରୋଜ ଗୁର୍ଜତାର ଭାବେ ଆହତ ହୋଇ ପଡ଼ିଥିଲେ l ଉଭୟଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l
