ଚୋରା ବାଲି ଚାଲାଣ କରୁଥିବା ବେଳେ ଖଣି ବିଭାଗ ଜବତ କଲା ୧ ଜେସିବି ଓ ୩ ହାଇୱା
____________________
ତା/୨୮/୦୫/୨୬(ନି.ପ୍ର): ସାରସକଣା(ଅନୀଲ କୁମାର ସାହୁ):ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଚ଼ୋରା ବାଲି ଘାଟରୁ ଚୋରା ବେପାରୀ ମାନେ ଦୈନ ଦିନ ବଡ଼ ବଡ଼ ହାଇୱା ସାହାର୍ଯ୍ୟରେ ରାତି ଅଧିଆ ନଦୀ ବାଲି ଘାଟରୁ ଚ଼ୋରାରେ ଉତ୍ତୋଳନ କରି ରାଜ୍ୟ ବାହାରକୁ ଚ଼ୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ଏଥି ପାଇଁ ମୟୂରଭଞ୍ଜ ଜିଲ୍ଲା ଲଘୁ ଖଣିଜ ବିଭାଗ ପକ୍ଷରୁ ବିଭିନ୍ନ ବାଲି ଘାଟରେ ଅଚ଼ାନକ୍ ଚଢ଼ାଉ କରି ଭାରିଯାନ ହାଇୱା ଓ ଟ୍ରାକ୍ଟର ଜବତ୍ କରିଥିବାର ନଜର ରହିଛି । ଏ ପରିପ୍ରେକ୍ଷୀ ରେ ମୟୂରଭଞ୍ଜ ଜିଲ୍ଲା ଲଘୁ ଖଣିଜ ଅଧିକାରୀ ଙ୍କ ନିର୍ଦ୍ଦେଶରେ ଗତ କାଲି ୨୬ ତାରିଖ ରାତିରେ ଜିଲ୍ଲା ଲଘୁ ଖଣିଜ ଅଧିକାରୀଙ୍କ ସ୍ୱତନ୍ତ୍ର ଟିମ ଓ କନିଷ୍ଠ ଅଧିକାରୀଙ୍କ ସହିତ ପୋଲିସର ମିଳିତ ଚଢ଼ାଉରେ ଝାରପୋଖରିଆ ଥାନା ଅଧୀନସ୍ଥ ଜାମଶୋଳା ଓ ପାଣ୍ଡରା ଯମୁନା ପାଳ ଚ଼ୋରା ବାଲି ଖାଦାନରୁ ବାଲି ଲୋଡ଼ କରି ଚୋରା ଚାଲାଣ ହେଉଥିବା ୩ ଗୋଟି ହାଇୱା ସହିତ ୧ ଜେସିବି କୁ ଜବତ୍ କରି ଝାରପୋରିଆ ଥାନାକୁ ହସ୍ତଗତ କରାଯାଇଛି । ଭଞ୍ଜ ଦୁତ ଖବର।
