ସୋର ରେ ଫ୍ଲାଗ ମାର୍ଚ୍ଚ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଶାନ୍ତି ବଜାୟ ପାଇଁ ସୋରରେ ଫ୍ଲାଗ ମାର୍ଚ୍ଚ। ଗତକାଲି ଇଦ ଉଲ ଜୁହାର ନମାଜ ପାଠ ପରେ ସୋର ଡାକ୍ତରଖାନା ଛକ ନିକଟରେ ରାସ୍ତାଜାମ କାରଣରୁ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲ। ତୁରନ୍ତ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ସହିତ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀଙ୍କ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡିଥିଲା। ମାତ୍ର ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଛାଉଣି ହେବା ସହିତ ଆଜି ଅପରାହ୍ଣରେ ଏକ ପ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ତହସିଲଦାର ସଂଜୀବ କୁମାର ପାତ୍ର, ଡିଏସପି ତପସ୍ୱିନୀ କହଁର, ସଦର ଏସଡିପିଓ ଶୃଭ୍ରାଂଶୁ ଶେଖର ନାୟକ, ସୋର ଥାନା ଅଧିକାରୀ ମୁକୁନ୍ଦମୁରାରୀ ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂଙ୍କ ଅନନ୍ତପୁର ଥାନାଧିକାରୀ ସରୋଜ ଦାସ ,ଖନ୍ତାପଡ଼ା ଥାନାଧିକାରୀ ଅନୁରାଗ ମହାନ୍ତି ପ୍ରମୁଖଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଓ ୩ପ୍ଲାଟୁନ ପୁଲିସ ଫୋର୍ସ ସାମିଲ ହୋଇଥିଲେ।
