– ପୋଲସରା ପାଇଁ ଗୌରବ ଆଣିଲେ କସ୍ତୁରୀ ଓପିଏସସି ରେ ୩୮ ସ୍ଥାନ |
ପୋଲସରା,୨୭/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ପୋଲସରା ପାଇଁ ଗୌରବ ଆଣିଲେ କସ୍ତୁରୀ ଆଚାରୀ | ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ପୋଲସରା ମ୍ୟୁନିସିପାଲିଟି ବ୍ରାହ୍ମଣ ସାହିର ଅବସାର ପ୍ରାପ୍ତ ରେଭିନ୍ୟୁ କର୍ମଚାରୀ ଡି କାମରାଜୂ ଅଚାରୀଙ୍କ ପୁତ୍ରବଧୂ ତଥା କାର୍ଯ୍ୟରତ ସାମ୍ବାଦିକ ଜ୍ୟୋତି ରଞ୍ଜନ ଅଚାରୀଙ୍କ ଧର୍ମପତ୍ନୀ ଶ୍ରୀମତୀ କସ୍ତୁରୀ ଆଚାରୀ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ OAS ପରୀକ୍ଷା ରେ ୩୮ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ୩ ପରୀକ୍ଷା ରେ ଉତୀର୍ଣ୍ଣ ପରେ ସେ ବିବାହ କରିଥିଲେ ମଧ୍ଯ ନିଜ ଲକ୍ଷ୍ୟ ସ୍ଥଳରେ ପଂହଁଚିବା ପାଇଁ କଠିନ ପରିଶ୍ରମ ଜାରିରଖିଥିଲେ। ନିଜ ଦୃଢ ଇଚ୍ଛାଶକ୍ତି ଓ ଚେଷ୍ଟା ବଳରେ ତୃତୀୟ ଥର ପାଇଁ ପୁନଃବାର ପରୀକ୍ଷା ଦେଇଥିଲେ ଏବଂ ଏଥିରେ ଉତ୍ତୀର୍ଣ ହୋଇଥିବା କସ୍ତୁରୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ଏହି ସଫଳତା ପଛରେ ନିଜ ପରିବାର ସମ୍ପୂର୍ଣ ସହଯୋଗ କରିଥିବା ସେ କହିଛନ୍ତି।
