*ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷ ରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟେୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୬.୦୫.
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନିକଟସ୍ଥ ଟେମରି ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟେୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଦୁଇ ଦିନ ବ୍ୟାପି ଏହି ଶିବିର ରେ ଦଳର ସାଙ୍ଗଠନିକ ମଜଭୁତ୍ କରିବା ସହ କର୍ମୀ ମାନେ ସମର୍ପଣ ଏବଂ ସଂକଳ୍ପ ମନୋଭାବ ରେ କାମ କରିବାକୁ ଆହ୍ୱାନ କରିଛନ୍ତି।ଶିବିର କୁ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ରାଜ୍ୟ ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ପଣ୍ଡା, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲା ପ୍ରଭାରୀ ଆର୍ତ୍ତବଲ୍ଲଭ, ଯୋଗ ଦେଇଥିଲେ।
