20.05.2026ତାରିଖରେ ଦେଶର ଔଷଧ ଦୋକାନ ବନ୍ଦ ଡାକରା।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ବିଭିନ୍ନ ସମସ୍ୟା ନେଇ ଆସନ୍ତା 20 ତାରିଖରେ ଦେଶର ଔଷଧ ଦୋକାନ ବନ୍ଦ ଡାକରା। ଭବାନୀପାଟଣା/ ଦେଶର ଔଷଧ ଦୋକାନ ଗୁଡିକର ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ପାଇଁ ଆସନ୍ତା 20 ତାରିଖ ବୁଧବାର ଦିନ ଦେଶର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ ବୋଲି କଳାହାଣ୍ଡି କେମିଷ୍ଟ ଏଣ୍ଡ ଡ୍ରଗସ ଆସୋସିଏସନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଛନ୍ତି। ସମିଳନୀରେ ସଂଘ କର୍ମକର୍ତା ପ୍ରକାଶ କରିଛନ୍ତି ଯେ ଔଷଧ ଦୋକାନ ଗୁଡିକ ରେ ଫାର୍ମାସି ଷ୍ଟ ରହି ଡାକ୍ତର ଙ୍କ ଚିଠା ଠିକ୍ ଭାବେ ଦେଖି ଲୋକଙ୍କୁ ଔଷଧ ଖାଇବାର ମାର୍ଗ ଦର୍ଶିକା କହିଥାନ୍ତି। ପୁଣି ଔଷଧ ଆବଶ୍ୟତା ଅନୁସାରେ ନେଇଥାନ୍ତି। ହେଲେ ବର୍ତ୍ତମାନ ଅନଲାଇନ୍ ମାଧ୍ୟମରେ ଔଷଧ ବିତରଣ ଯୋଗୁ ଉଭୟ ରୋଗୀ ଏବଂ ଔଷଧ ଦୋକାନୀ ଅସୁବିଧାର ସମ୍ମୁଖିନ ହେଉଛି। ଔଷଧ ଦୋକାନୀଙ୍କ ଦର ଠାରୁ କମ ଦରରେ ଦେଉଛନ୍ତି। ଯାହା ଫଳରେ ଦୋକାନୀଙ୍କ ବିକ୍ରି ପରିମାଣ କମ ହେବା ସହ ଉଚିତ୍ ପ୍ରାପ୍ୟ ଦୋକାନୀ ପାଇଁ ପାରୁ ନାହିଁ। ସୂଚନାଯୋଗ୍ୟ ଅନଲାଇନ୍ ସର୍ଭିସଗୁଡିକରେ ଦିଆଯାଉଥିବା ଔଷଧ ଯେଉଁ ଦରରେ ଦେଉଛନ୍ତି ସେହି ଦରରେ ଦୋକାନୀ ବିକ୍ରି କଲେ ଲାଭ ବଦଳ ରେ କ୍ଷତି ନିଶ୍ଚିତ ହେବ। ତେବେ ଅନଲାଇନ୍ ସର୍ଭିସଗୁଡିକ ଯେଉଁ ଦରରେ ଔଷଧ ଯୋଗାଇ ଦେଉଛନ୍ତି ତାହା ନିଶ୍ଚିତ ନିମ୍ନମାନର ଅଟେ। ପୁଣି କେଉଁ ଫାର୍ମାସୀ ଙ୍କ ଦ୍ଵାରା ଡାକ୍ତରୀ ଚିଠା ଦେଖି ଦେଉଛନ୍ତି ତାହା ସନ୍ଦେହ ଜନକ। ଡାକ୍ତରୀ ଚିଠାରେ ଏ ୱାନ କାମେରା ଦ୍ଵାରା ଜାଲିଆତି ମଧ୍ଯ କରାଯାଇ ପାରୁଛି। ଆହୁରି ରୋଗୀ ଙ୍କୁ ଆବଶ୍ୟତା ଔଷଧ ଅନଲାଇନ୍ ସର୍ଭିସଗୁଡିକ ନ ଦେଇ ପ୍ୟାକେଜ ଦେଇଥାନ୍ତି। ଯାହା ଫଳରେ ଅକାରଣରେ ବଳକା ଔଷଧ ଫିଙ୍ଗି ବାକୁ ବାଧ୍ୟ ହେଉଛନ୍ତି। ତେଣୁ ସରକାର ଅନଲାଇନ୍ ସର୍ଭିସ ମାଧ୍ୟମରେ ଔଷଧ ଯୋଗାଣ ବନ୍ଦ କରିବା ଦାବୀ ରେ ଆସନ୍ତା 20 ତାରିଖ ରେ ଦେଶ ସମେତ କଳାହାଣ୍ଡିର ସମସ୍ତ ଔଷଧ ଦୋକାନ ବନ୍ଦ କରାଯିବାରେ ଜନ ସାଧାରଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜରୁରୀ ରୋଗୀ ଙ୍କ ପାଇଁ ଜିଲା ମୁଖ୍ଯ ଚିକିତ୍ସା ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁଯାଇ ସେବା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ଅଶୋକ କୁମାର ରାଉତ, ସମ୍ପାଦକ ନିକୁଞ୍ଜ ଦତ୍ତ, ଲୋକ ସମ୍ପର୍କ ଅଧିକାରୀ ଆବେଦ ହୁସେନ୍, କୋଷାଧ୍ଯକ୍ଷ କିଶୋର ଅଗ୍ରୱାଲ, ସଦସ୍ୟ ଅମିତ୍ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
