ବାଲେଶ୍ୱର ପୋଲିସ କୁ ବଡ଼ ସଫଳତା, ଲୁଟ ର 24 ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ ଗିରଫ କଲା ବାଲେଶ୍ୱର ପୋଲିସ l
ସୋର: ଗତକାଲି ସୋର ବ୍ଲକ ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମ ରେ ରବିନ୍ଦ୍ର ନାୟକ ଙ୍କ ଘରେ ଗୁଳି ଫୁଟାଇ ଲୁଟ କରିଥିଲେ 8 ରୁ ଉର୍ଦ୍ଧ ଲୁଟେରା l ଉକ୍ତ ଘଟଣା ରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଙ୍କ ନେତୃତ୍ୱ ରେ, ଅତିରିକ୍ତ ଏସପି, ସଦର ଏସ୍ଡ଼ିପିଓ, ସୋର ଆଇଆଇସି ସୁଦିପ୍ତ ସାହୁ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି, ସୋର ଅଂଚଳ ରୁ ଜଣେ ଅଭିଯୁକ୍ତ ଗିରଫ କରିଥିଲେ l ଗିରଫ ସମୟରେ ତାଙ୍କ ନିକଟରୁ ଦୁଇଟି ପିସ୍ତଲ, 20ଗୋଟି ଅଫୁଟା ଗୋଳି, ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର, ଗୋଟିଏ ବୋଲେଟ ବାଇକ, ନଗଦ 27ହଜାର ଟଙ୍କା ଜବଦ, ହନୁମାନ କଏନ ସମେତ କିଛି ପୁରୁଣା ଟଙ୍କା ଜବଦ ଏହି ଅଭିଯୁକ୍ତ ନାଁ ରେ ଖଇରା, ସୋର, ସିମୁଳିଆ, ବାସୁଦେବପୁର, ଚନ୍ଦବାଲି, ତାଳଚେର ଅଂଚଳ ରୁ 19ରୁ ଉର୍ଦ୍ଧ ମାମଲା ଥିବା ସୂଚନା, ଅନ୍ୟ ଅଭିଯୁକ୍ତ ମାନଙ୍କୁ 2ଦିନ ଭିତରେ ଧରିବା ନେଇ ସୋର ଥାନା ରେ ବାଲେଶ୍ୱର ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି l
