ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର
ଅଷ୍ଟମ ଦିନରେ ୩୫ୟୁନିଟ ରକ୍ତ ସଂଗୃହୀତ.
ବରଗଡ :-୦୮-୦୫- (ନି ପ୍ର )ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଅଷ୍ଟମ ଦିନରେ ବରଗଡ଼ ଜିଲ୍ଲା ର ବରପାଲି ସ୍ଥିତ ଗଙ୍ଗାଧର କ୍ଲବ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ବାସୁଦେବ ପଧାନ, ସତ୍ୟନାରାୟଣ ପଧାନ, ଅର୍ଜୁନ ସାହୁ, ବଣ୍ଟି ତ୍ରିପାଠୀ,ଶ୍ରଦ୍ଧାଞ୍ଜଳୀ ତ୍ରିପାଠୀ, ଲକ୍ଷ୍ମୀ ପ୍ରସାଦ ସାହୁ, ସୁନୀତି ସାହୁ, ସୁଦାମ ପ୍ରଧାନ, ସୁବ୍ରତ ଦାଶ, ନେତ୍ରାନନ୍ଦ ପଧାନ, ରୀନା ଦାଶ, ଆଲୋକ ରାଉତ, ଅମର ବେହେରା ଙ୍କ ସହ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
