କ୍ଷତ୍ରୀୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ପାଳିତ
କ୍ଷତ୍ରୀୟବରପୁର-୮/୫:-(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକମହାବିଦ୍ୟା ଳୟରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ପରାମର୍ଶଦାତା ଡ. ସଂଜୀବ କୁମାର ଦାସ ସଂଯୋଜନା କରିଥିଲେ।
ଏହି ସଭାରେ ପ୍ରଶାସନିକ ଅଧିକାରୀ ଡ. ଇ. ରବିନାରାୟଣ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।
ଏଥି ସହିତ,ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମତିଥି ଅବସରରେ ତାଙ୍କ ସ୍ମୃତି ଚାରଣ କରାଯିବା ସହ ଏହି ଦିବସ ପାଳନର ଯଥାର୍ଥତା ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଯୁଦ୍ଧ ସମୟରେ ଆହତ ସୈନିକମାନଙ୍କୁ ଚିକିତ୍ସା ପ୍ରଦାନ, ବନ୍ୟା, ବାତ୍ୟା, ସୁନାମି ଓ ଭୂମିକମ୍ପ ଭଳି ଦୈବୀ ଦୁର୍ବିପାକ ସମୟରେ ଲୋକଙ୍କୁ ସହାୟତା କରିବାରେ ରେଡକ୍ରସର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖାଯାଇଥିଲା। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଏଡ଼ସ ଭଳି ମାରାତ୍ମକ ରୋଗର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା କେ. ଶ୍ବାତୀ ରାଓ, ଧରିତ୍ରୀ ବିଷାୟୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
