*ନୂଆପଡ଼ା ଜିଲ୍ଲା ପତୋରା ଯୋଙ୍କ ଅପର ଜଳ ସେଚନ ପ୍ରକଳ୍ପ ରେ ଜଳ ଆବଣ୍ଟନ ନେଇ ସମସ୍ୟା, ଜଳାଭାବରୁ ୯ ଗୋଟି ଗ୍ରାମପଞ୍ଚାୟତ ର ୨୦୦୦ ହେକ୍ଟର ଫସଲ ମରୁଡ଼ି ପରିସ୍ଥିତ*
ନୂଆପଡା (ମିଖାଏଲ ନନ୍ଦ) ତ:୦୭.୦୫.
ନୂଆପଡ଼ା ଜିଲ୍ଲା ପତୋରା ଯୋଙ୍କ ଅପର ଜଳ ସେଚନ ପ୍ରକଳ୍ପ ରେ ଜଳ ଆବଣ୍ଟନ ନେଇ ସମସ୍ୟା ଦେଖାଯାଉଥିବା ବେଳେ ଚାଷୀ ଙ୍କ ଧାନ ଚାଷ ଜଳାଭାବରୁ କ୍ଷତିଗ୍ରସ୍ତ ହୋଇଅଛି। ୯ ଗୋଟି ଗ୍ରାମପଞ୍ଚାୟତ ର ୨୦୦୦ ହେକ୍ଟର ଫସଲ ମରୁଡ଼ି ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ଚାଷୀଙ୍କୁ ଫସଲ କ୍ଷୟକ୍ଷତି ପ୍ରଦାନ କରିବା ସହ ଫସଲ ପାଇଁ ଆଣିଥିବା ଋଣ ଛାଡ କରିବା ପାଇଁ ଚାଷୀମାନେ ଦାବୀ କରିଛନ୍ତି। ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ରେ ୨୦ ଗୋଟି ପାଣି ପଞ୍ଚାୟତ ରହିଥିବା ବେଳେ ଡ୍ୟାମ ରେ ଜଳ ଧାରଣା କ୍ଷମତା ୩୫୦.୨୦ ମିଟର ଜଳ ଗଚ୍ଛିତ ରହିଅଛି। ଯାହାକି ଜଳ ଧାରଣ କ୍ଷମତା ୩୨୩୯.୪୨ ହେକ୍ଟର ମିଟର କ୍ଷମତା ରହିଅଛି। ସେଥିମଧ୍ୟରୁ ୯୭୧.୮୩ ହେକ୍ଟର ମିଟର ଜଳ ବାଷ୍ପୀଭୂତ ହୋଇଥାଏ। ୩୧୫. ୮୮ ହେକ୍ଟର ମିଟର ପାନୀୟ ଜଳ ପାଇଁ ବ୍ୟବହାର ହେଉଥିବା ବେଳେ ବଳକା ୧୯୫୧.୭୧ ହେକ୍ଟର ମିଟର ଜଳ ରବି ଚାଷ ପାଇଁ ଲକ୍ଷ ରହିଅଛି। ସେହି ବୈଠକ ମୁତାବକ ବାମ କେନାଲ ର ପାଣିପଞ୍ଚାୟତ କୁ ଚଳିତ ରବି ଚାଷ ପାଳି ରହିଥିଲା। ୧୯୫୧.୭୧ ହେକ୍ଟର ଚାଷ ପାଇଁ ଲକ୍ଷ ଥିବା ବେଳେ ଅଧିକ ଜମିରେ ଚାଷୀମାନେ ଚାଷ କରିଛନ୍ତି। ପ୍ରଶାସନ ନିର୍ଦ୍ଧାରିତ ହେକ୍ଟର ଅଧିକ ଅଟେ। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ଘଟଣା ତଦନ୍ତ କରିବେ।
