*ଏ- ୱାନରେ ଉତ୍ତୀର୍ଣ୍ଣ ଆଦ୍ୟାଶ୍ରୀ ଶତପଥୀ*
ଖଇରା/ଆଗରପଡପଡ଼ା,ଭଞ୍ଜଦୁତ (ନିପ୍ର) :ଖଇରା ବ୍ଲକକ୍କ ରଟିଣା ପ୍ରହ୍ଲାଦ ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀ ଆଦ୍ଯାଶ୍ରୀ ଶତପଥୀ ଚଳିତ ମାଟ୍ରିକ ପରୀକ୍ଷାରେ ୫୪୭ ନମ୍ବର ରଖି ଏ- ୱାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଧର ଶତପଥୀ ଓ ମୀତାଞ୍ଜଳୀଙ୍କ ଝିଅ ଆଦ୍ୟାଶ୍ରୀ’ ଏ ଅଞ୍ଚଳର ଗୌରବ ଆଣିବା ସଙ୍ଗେସଙ୍ଗେ ସ୍କୁଲର ଆଖି ପାଖ ଗ୍ରାମର ବଡ଼ବାପା ବଡ଼ମାଅ’କଳାକାକୀ ପରିବାର ସମସ୍ତଙ୍କର ସୌଦ୍ଭାଗ୍ୟ ଆଣି ଦେଇଛନ୍ତି। ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି । ଆଦ୍ଯାଶ୍ରୀ ପାଠ ପଢରେ ସବୁବେଳେ ଚେଷ୍ଟାରତ ଥିଲେ ତାଙ୍କର ଗୌରବ ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ପିତାମାତା,ଗୁରୁଜନ, ଭଉଣୀ ଭିଣେଇ, ଆଦ୍ଯାଶ୍ରୀଙ୍କୁ ବଧୋଇ ଜଣେଇବାସହିତ ଶିକ୍ଷକ ତାପସ ସାରଙ୍କୁ ବଧୋଇ ଜଣାଇଛନ୍ତି।ସ୍ଥାନୀୟ ଅଞ୍ଚଳରେ ସର୍ବାଧିକ ନମ୍ବର ହାଇସ୍କୁଲର ରଖିଥିବାରୁ ଜନସାଧାରଣ ସଭିଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ଆଦ୍ଯାଶ୍ରୀଙ୍କ ପାଇଁ ମା ତାରିଣୀ ମନ୍ଦିରରେ ପୂଜାପାଠ କରି ଗୁରୁଜନମାନେ ଆର୍ଶିବାଦ କରିଥିଲେ.
