*ସତ୍ୟାବ୍ରତୀ ସାହୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ ।*
ବନ୍ତ ଭଞ୍ଜଦୁତ (ନିପ୍ର)ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ବାଲୁଙ୍କେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ସତ୍ୟାବ୍ରତୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ୪୯ ଜଣ ଛାତ୍ର ଛାତ୍ରୀ ମଧ୍ୟରେ ସର୍ବାଧିକ ୫୦୫ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ସତ୍ୟାବ୍ରତୀ ସାହୁଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ, ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବେନ୍ଦ୍ର କୁମାର ନାଥ, ଶିକ୍ଷକ ରାଜେନ୍ଦ୍ର କୁମାର ବାରିକ୍, ବାବାଜୀ ଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଭଲ ନମ୍ୱର୍ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ସତ୍ୟାବ୍ରତୀ ସାହୁଙ୍କୁ ଟ୍ରଫି ଓ ପୁଷ୍ପଗୋଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଭବିଷ୍ୟତରେ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ବିଦ୍ୟାଳୟର ନାମ ଟେକରଖିବା ପାଇଁ ଅଶ୍ରିବାଦ୍ ପ୍ରଦାନ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସତ୍ୟାବ୍ରତୀ ସାହୁଙ୍କ ଘର ଗଣିଜାଙ୍ଗ ପଞ୍ଚାୟତ ନାରାୟଣପୁର ଗ୍ରାମର ଭଗବାନ ସାହୁଙ୍କ ନାତୁଣୀ ତଥା ନିରାକାର ସାହୁ ଓ ରଙ୍ଗଲତା ସାହୁଙ୍କ ସାନ ଝିଅ ଅଟନ୍ତି।ସତ୍ୟାବ୍ରତୀ ସାହୁ ଭବିଷ୍ୟତରେ ଡ଼ାକ୍ଟର ହୋଇ ଗରିବ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି।
