ବିପଦ ସଂକୁଳ ଅବସ୍ଥାରେ ଲାଇନ ଖୁଣ୍ଟ ବିଦ୍ୟୁତ ବିଭାଗ ଚୁପ
ବରଗଡ :ବରପାଲି -୦୭/୦୫. (ନି, ପ୍ର ) ବରଗଡ ଜିଲ୍ଲା ବରପାଲି ସହରରେ ଚାଲିଛି ସବୁବେଳେ ବିଦ୍ୟୁତ ବିଭାଗ ର ଖାମାଖିଆଳି ନୀତି ବରପାଲି ଜଗନାଥ ରୋଡ଼ କଲେଜ ଛକ ସ୍ଥିତ ବି ପାଣି ଟାଙ୍କି ସମ୍ମୁଖରେ ଇଲେକ୍ଟ୍ରି ପୋଲ ବିପଦ ସଂକୁଳ ଅବସ୍ଥାରେ ଅଛି ଯାହାକି କେତେ ବେଳେ ମଧ୍ୟ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ପୋଲ ଟା ପଡିବା ନିଶ୍ଚିତ। ବିଦ୍ୟୁତ ବିଭାଗ ର କର୍ମଚାରି ମାନେ ସବୁ ବେଳେ ସେ ବାଟ ଦେଇ ଯାଉଛନ୍ତି ଦେଖୁଛନ୍ତି ହେଲେ ନ ଜାଣିଲା ଭଳି ଚାଲି ଯାଉଛନ୍ତି। ବିଦ୍ୟୁତ ବିଭାଗ ର ଖାମ ଖିଆଳି ପାଇଁ ଗତ ୩୦. ୪ ତାରିଖ ଦିନ ବରପାଲି ବ୍ଲକ ଅନ୍ତର୍ଗତ ବରିକେଲ ଗ୍ରାମ ର ୧୮ ବର୍ଷ ବୟସର ଯୁବତୀ ରେଖା ବଗର୍ତ୍ତି ଲାଇନ ଖୁଣ୍ଟ ରେ ଲାଗି ଜୀବନ ଚାଲି ଗଲା ତଥାପି ବିଦ୍ୟୁତ ବିଭାଗର ଚିନ୍ତା ପଶୁନି। ଉଚ୍ଚ କତୃପକ୍ଷ ତୁରନ୍ତ ସମାଧାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।
