ଓଡ଼ିଶା ଟପ୍ପର ସୋରର ଆଶୁତୋଷ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର) : ସୋରର ସୁନା ପୁଅ ଆଶୁତୋଷ । ଆଜି ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷାରେ ସୋର ବ୍ଲକ୍ ଅନନ୍ତପୁର ପଞ୍ଚାୟତ ମୁଳକାଏଦା ଗ୍ରାମର ଆଶୁତୋଷ ନାୟକ ୫୮୮ ନମ୍ବର ରଖି ଓଡ଼ିଶା ଟପର ହେବାର ଗୌରବ ଅର୍ଜନ କରିଛନ୍ତି।ସେ ସୋରରେ ଥିବା କୃଷ୍ଣଚନ୍ଦ୍ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧୟନ କରୁଥିଲେ। ଭଦ୍ରକ ପୂର୍ତ୍ତ ବିଭାଗରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ପିତା ରତ୍ନାକର ନାୟକ ଏବଂ ମାଆ ଶିକ୍ଷୟିତ୍ରୀ ନିର୍ମଳା ନାୟକଙ୍କ ପୁଅ ଆଶୁତୋଷ ଦିନକୁ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ସେ ତାଙ୍କର ଏହି ସଫଳତାର ଶ୍ରେୟ ବାପାମାଆ ଙ୍କ ସହ ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି। ଆଶୁତୋଷ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ନିଜକୁ ରୋଗୀ ସେବାରେ ନିୟୋଜିତ କରିବେ ବୋଲି କହିଛନ୍ତି ।ଅଧ୍ୟବସାୟ ହିଁ ସଫଳତାର ଚାବି କାଠି ବୋଲି ପରବର୍ତ୍ତୀ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ କହିଥିଲେ।
