ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ
ସୋର,୨/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବୁଡ଼େଇ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ରାମଚନ୍ଦ୍ର ପତ୍ରୀଙ୍କ ୮୯ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ସ୍ବର୍ଗତ ପତ୍ରୀ ଜଣେ ସମାଜସେବୀ,ବିଶିଷ୍ଟ କର୍ମକାଣ୍ଡବିତ ଓ ପରୋପକାରୀ ଭାବେ ଜଣାଶୁଣା ଥିଲେ। ଦୀର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଘରେ ଶଯ୍ୟାଶାୟୀ ହୋଇଥିଲେ। ଆଜି ମଧ୍ୟାହ୍ନରେ ନିଜ ବସଭାନରେ ତାଙ୍କର ପରଲୋକ ହୋଇଥିଲା। ଏହି ସମୟରେ ତାଙ୍କର ୨ପୁଅ,୬ ଝିଅ ୫ ଜ୍ବାଇଁ,ଝିଆରୀ,ପୁତୁରା ,ଭଣଜା ,ଭାଣିଜୀ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ମୃତ୍ୟ ଖବର ପାଇ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ସ୍ମଶାନରେ ଶେଷ କୃତ୍ୟ କରାଯାଇଥିଲା। ନାତି ପ୍ରିୟରଞ୍ଜନ ପତ୍ରୀ ମୁଖାଗ୍ନି ଦେଇଥିଲେ।
