କାଳବୈଶାଖୀ ର ତାଣ୍ଡବଲୀଳା ଓ ବିଦ୍ୟାଳୟର ବ୍ୟାପକ କ୍ଷୟକ୍ଷତି
———————————–
ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ କମଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାଳବୈଶାଖୀ ର ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ଘଟିଛି l ସୂଚନା ଅନୁସାରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବଡ ବଡ ଗଛ ଉପୁଡିଯିବା ସହିତ ବିଜୁଳି ଖମ୍ବ ମଧ୍ୟ ଭାଙ୍ଗି ଯାଇଛି l ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପହଞ୍ଚି ତୁରନ୍ତ ବିଦ୍ୟୁତ ସଂଯୋଗକୁ କାଟିଥିଲେ l ଏଥି ସହିତ ବିଦ୍ୟାଳୟର ରୋଷେଇ ଗୃହର ଆଂଶିକ କ୍ଷତି ହୋଇଥିବା ବେଳେ ଛାତ ଉପରେ ଥିବା ଦୁଇ ହଜାର ଲିଟର ର ଦୁଇଟି ପାଣି ଟାଙ୍କି ଭାଙ୍ଗି ଯାଇଛି ଓ ସଂଯୋଗ ହୋଇଥିବା ପାଣି ପାଇପ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡିଛି l ବିଦ୍ୟାଳୟରେ ଅନେକ ଫଳ ଗଛ ଲାଗି ଥିବାରୁ ଓ ଗ୍ରୀଷ୍ମ ବ୍ରବାହ ଦୃଷ୍ଟିରୁ ଏସବୁର ତୁରନ୍ତ ମରାମତି ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି l
