ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ର ଶୁଭାରମ୍ଭ ପ୍ରଥମ ଦିନ ରେ ୩୩ୟୁନିଟ ରକ୍ତ ସଂଗୃହୀତ.
ବରଗଡ :-୦୧-୦୫(ନି ପ୍ର )ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଶୁଭାରମ୍ଭ ବରଗଡ଼ ରକ୍ତ ଭଣ୍ଡାର ରେ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ଆର୍ଟ ଅଫ୍ ଲିଭିଙ୍ଗ ର ଶିକ୍ଷକ ତଥା ଜଣା ଶୁଣା ଅସ୍ଥି ଶଲ୍ୟ ଚିକିତ୍ସକ ଶ୍ରୀ ଅଶ୍ବିନୀ ଭୋଇ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ସଚି ପଣ୍ଡା, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ସଭାପତି ଅଶ୍ବିନୀ ତ୍ରୀପାଠୀ, ସମ୍ପାଦକ ଲୋକନାଥ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ଙ୍କ ସହ ଆର୍ଟ ଅଫ ଲିଭିଙ୍ଗ ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
