ମା ମାଣକେଶ୍ବରୀ କଳାକାର ମହାସଂଘ ର ୨୪ତମ ବୈଠକ ଅନୁଷ୍ଠିତ , ବନ୍ଧପାଲି ରାଧାକୃଷ୍ଣ ମନ୍ଦିରରେ ପରବର୍ତ୍ତୀ ବୈଠକ ବସିବ
ସୁନ୍ଦରଗଡ଼ ଜିଲ୍ଲା,ହେମଗିରି ବ୍ଲକ୍, ୩୦/୪/୨୬ ( ବ୍ଲକ୍ ପ୍ରତିନିଧି ମମତା ମେହେର)
ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍ ବନ୍ଧପାଲି ଗ୍ରାମରେ ମା ମାଣିକେଶ୍ୱରୀ କଳାକାର ମହାସଂଘର ୨୪ତମ ବୈଠକ ଅନୁଷ୍ଠିତ । ଉକ୍ତ ବୈଠକକୁ ଟାଙ୍ଗରପାଲି ବ୍ଲକ ଉପସଭାପତି ଶ୍ରୀମତୀ ମନୋରମା ପଟେଲ ସଭାପତିତ୍ବ କରିଥିଲେକ । ସେହି ବୈଠକରେ ମୁଖ୍ୟ ଅତିଥି ରୂପେ ମହାସଂଘ ସଭାପତି ରାଜେନ୍ଦ୍ର ହୋତା ଏବଂ ମୁଖ୍ୟ ବକ୍ତା ଭାବେ ଜଗଦୀଶ ଠାକୁର ଆସନ ଅଳଙ୍କୃତ କରିଥିଲେ । ସମ୍ମାନୀତ ଅତିଥି ରୂପେ ମହାସଂଘ ଉପ ସଭାପତି ଯୋଗେଶ୍ୱରି ପଟେଲ ଓ ହେମଗିରି ବ୍ଲକ୍ ସାଧାରଣ ସମ୍ପାଦକ ଚନ୍ଦ୍ରଭାନୁ ମହାନନ୍ଦିଆ ଉପସ୍ଥିତ ଥିବାବେଳେ ଲେଫ୍ରିପଡ଼ା , ଟାଙ୍ଗରପାଲି ଓ ହେମଗିରି କଳାକାର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବହୁ ମୂଲ୍ୟବାନ ପ୍ରସଙ୍ଗ ଉପରେ ଆଲୋଚନା ପରେ ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତି କ୍ରମେ ଗୃହୀତ ହେଲା । ପ୍ରସ୍ତାବ ଗୁଡ଼ିକ ହେଲା ଟାଙ୍ଗରପାଲି ବ୍ଲକ ସଭାପତି ଶଙ୍କର ଠାକୁରଙ୍କ ନିଜସ୍ୱ ଇଚ୍ଛାରେ ଦାୟିତ୍ୱ ମୁକ୍ତ କରାଯାଇ ଉପଦେଷ୍ଟା ଭାବେ ରଖାଗଲା ଏବଂ ନୂତନ ସଭାପତି ରୂପେ ଜଗଦୀଶ ଠାକୁର ଙ୍କୁ ମନୋନିତ କରାଯାଇଛି ସେହିପରି ଲେଫ୍ରିପଡ଼ା ବ୍ଲକ ସଭାପତି ରୂପେ ଗୋପାଳ ଚନ୍ଦ୍ର ଷଡ଼ଙ୍ଗୀ ତଥା ହେମଗିରି ବ୍ଲକ ସାଧାରଣ ସମ୍ପାଦକ ଭାବେ ଚନ୍ଦ୍ରଭାନୁ ମହାନନ୍ଦିଆ ଏବଂ ସମ୍ପାଦକ ଭାବେ ଆକୃର ସେଠ ଙ୍କୁ ରଖିବା ଇତ୍ୟାଦି ଇତ୍ୟାଦି ଥିଲା । ମଇ ମାସ ୨୫ ତାରିଖରେ ପରବର୍ତ୍ତୀ ବୈଠକ ବନ୍ଧପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ସର୍ବଶେଷରେ ଟାଙ୍ଗରପାଲି ସାଧାରଣ ସମ୍ପାଦିକା ସାଳିଲା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।
