ନିଜ ଘର ତିଆରି ପାଇଁ ସରକାରୀ ରାସ୍ତା ଅବରୋଧ କରି , ଫାଇନ ଦେଲେ ଘର ମାଲିକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ନିଜ ସ୍ଵାର୍ଥ ପାଇଁ ସରକାରୀ ରାସ୍ତା ଅବରୋଧ କଲେ, ପରେ ଫାଇନ୍ ଦେଲେ।ସୋର ପୌରପାଳିକା ଅନ୍ତର୍ଗତ ଷ୍ଟେସନ ଛକରେ ବିନା ଅନୁମତିରେ ବ୍ରିଜ ତଳ ରାସ୍ତା ଅବରୋଧ କରି କାମ କରୁଥିବାରୁ ସୋର ପୌର ପାଳିକା ୫୦ ହଜାର ଟଙ୍କା ଫାଇନ ଆଦାୟ କରିଛି। ସୁଚନାଯୋଗ୍ୟ ସୋର ପୌରାଞ୍ଚଳ କମରପୁରର ଚିନ୍ତାମଣି ବାରିକ ସୋର ଷ୍ଟେସନ ରାସ୍ତା କଡରେ ଥିବା ତାଙ୍କ ଘରେ ଛାତ ପକାଉଥିଲେ। ଏହି ସମୟରେ ନିର୍ମାଣ ସାମଗ୍ରୀକୁ ରାସ୍ତା ଉପରେ ରଖିବା ସହିତ ଏକ ଦଉଡି ଟାଣି ରାସ୍ତା ବନ୍ଦ କରିଥିଲେ। ଫଳରେ ଲୋକେ ବିଭିନ୍ନ ଅସୁବିଧାକୁ ସମୁଖିନ ହୋଇ ପୌର ଅଧିକାରି ଓ ପୁଲିସରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ସୋର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ , ସୋର ତହସିଲଦାର ଚିନ୍ମୟ ରାଉତ, ସୋର ପୁଲିସ ସହଯୋଗରେ ଘଟଣା ସ୍ଥଳରେ ପହଞ୍ଚି କାମ ବନ୍ଦ କରିବା ସହିତ ତାଙ୍କ ନିକଟରୁ ୫୦ ହଜାର ଟଙ୍କା ଫାଇନ ଆଦାୟ କରିଥିବା ଜଣାପଡିଛି।
