ଭବାନୀପାଟଣା: (ରମେଶ ଅଗ୍ରୱାଲ.:ନିପ୍ର)କଳାହାଣ୍ଡି ଜେଲ ପାର୍ଶ୍ୱରେ କାନ୍ଥ ଉପରେ ଚଢ଼ିକି ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମଙ୍ଗଳବାର ବିକେଳ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ସଦର ଥାନା ଅଞ୍ଚଳର ଗାଁର ଜଗନ୍ନାଥ ନାୟକ। ଜଗନ୍ନାଥ ଗତ ଫେବୃଆରୀ ୧ ତାରିଖରେ ସଦର ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ପୋଲିସ ତାଙ୍କୁ କୋର୍ଟଚାଳା କରିଥିଲା। ଜାମିନ ନା ମିଳିବାରୁ ସେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।
