ତହସିଲ ଓ ଖଣି ବିଭାଗର ଚଢ଼ାଉ: ଦୁଇଟି ବାଲି ଗାଡି ଜବତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ପୁଣି ଆକ୍ସନ ମୋଡ୍ ରେ ସୋର ତହସିଲଦାର। ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ବେଆଇନ ବାଲି ବୋଝେଇ ଗାଡି ଜବତ କରାଯାଇଥିବା ବେଳେ ଅନେକ ଗାଡି ଫେରାର ହୋଇଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ କୌଣସି ସୂତ୍ରରୁ ଖବର ପାଇ ସୋର ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ବିଦୁ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରିଥିଲେ। ଏହି ସମୟରେ ଦୁଇଟି ବାଲିଗାଡିକୁ ଜବତ କରିଥିବା ବେଳେ ଅନେକ ଗାଡି ଫେରାର ହୋଇଯାଇଥିଲେ। ଏହି ସମୟରେ ବାହାନଗା ତହସିଲଦାର ଅମ୍ବିକା ଭୂୟାଁ ଓ କନିଷ୍ଠ ଖଣି ଅଧିକାରୀ ସମ୍ବିତ କୁମାର ମଣି ଉପସ୍ଥିତ ଥିଲେ।
