(କଳାହାଣ୍ଡି.ରମେଶ ଅଗ୍ରୱାଲ.)
ଏପ୍ରିଲ ୧୧ତାରିଖ ରାତିରୁ ୧୨ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପ୍ରବାସୀ କାର୍ଯ୍ୟକର୍ତ୍ତା ବୈଠକ ଓ ଅଭ୍ୟାସବର୍ଗ ହେ।ଇଥିଲା। ଜିଲ୍ଲାର ୧୩ଖଣ୍ଡ ର ୯୨ଜଣ ପ୍ର. କା.କ. ଙ୍କ ମଧ୍ୟରୁ ୬ଖଣ୍ଡ ଓ ୧ନଗର ରୁ ୨୦ଜଣ କା. କ. ଉପସ୍ଥିତ ଥିଲେ।
ଏଥିରେ କଳାହାଣ୍ଡି ଜିଲ୍ଲା ପାଳକ ସହପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀମାନ ପ୍ରଣବ କୁମାର ନାୟକ, ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀ ଅରୁଣ କୁମାର ନାଏକ, ସହପ୍ରାନ୍ତ ସାମାଜିକ ସଦଭାବନା ସଂଯୋଜକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ପୂର୍ଣ୍ଣ ସମୟ ଉପସ୍ଥିତ ଥିଲେ।
ପୂର୍ବ କାର୍ଯ୍ୟକ୍ରମର ସମୀକ୍ଷା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ଯୋଜନା, ଲକ୍ଷ୍ୟ ପୂର୍ତ୍ତି ପାଇଁ ଯୋଜନା, ପ୍ରବାସ ଯୋଜନା ଓ ଅନ୍ୟାନ୍ୟ ବିଷୟ ଆଲୋଚନା କରାଗଲା।
ଜିଲ୍ଲାସ୍ତରୀୟ ବ୍ୟବସାୟୀ ଗୋଷ୍ଠୀ ଙ୍କ ପ୍ରାରମ୍ଭିକ ବର୍ଗ ଚଳିତ ଏପ୍ରିଲ ୨୪ତାରିଖ ରାତିରୁ ୨୭ତାରିଖ ସକାଳ ଯାଏଁ ଭବାନୀପାଟଣା ବ୍ରଜବିହାର ଶିଶୁମନ୍ଦିର ଠାରେ ହେବାକୁ ସ୍ଥିର ହେଲା। ଉପସ୍ଥିତ ଖଣ୍ଡ/ନଗର ରୁ ସଂଖ୍ୟା ଲକ୍ଷ୍ୟ ଦେଇଥିଲେ। ଅନ୍ୟ ଖଣ୍ଡମାନଙ୍କୁ ସମ୍ପର୍କ କରି ବାକୁ ଆଲୋଚନା କରାଗଲା । ପ୍ରାଥମିକ ବର୍ଗ କେସିଙ୍ଗା ରେ ଜୁନ ୮ରୁ ୧୬ତାରିଖ ପର୍ଯ୍ୟନ୍ତ ହେବାପାଇଁ ସୂଚନା ଦିଆଗଲା।ଅଭ୍ୟାସବର୍ଗ ଦିନାଙ୍କ ମଧ୍ୟ ସ୍ଥିର ହେଲା।
ଶେଷରେ ଏପ୍ରିଲ ୨୯ରୁ ୫ପର୍ଯ୍ୟନ୍ତ ଶାସ୍ତ୍ରୀ ଜୀ ମହିଳା ମହାବିଦ୍ୟାଳୟ ଭ.ପା.ରେ ହେବାକୁ ଥିବା ସେବିକା ସମିତି ପ୍ରବେଶ ବର୍ଗ ର ସୂଚନା ମଧ୍ୟ ଦିଆଗଲା।
