ଜିଲ୍ଲା ମ୍ୟୁଜିୟମରେ ଓଡିଆ ପକ୍ଷ ଅବସରରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଆୟୋଜିତ
ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ମ୍ୟୁଜିୟମରେ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ରୂପେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର , କନ୍ଧମାଳ ସାଂସଦଙ୍କ ପ୍ରତିନିଧି ତଥା ଦୈନିକ ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲ ମଞ୍ଚାସୀନ ରହି ଉତ୍କଳର ବନ୍ଦନୀୟ ବରପୁତ୍ର ମାନଙ୍କ ଉପରେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ବୌଦ୍ଧର ଦିବଂଗତ କବି, ଲେଖକ, ସାହିତ୍ୟିକ ତଥା ବରପୁତ୍ର ମାନଙ୍କ ସମ୍ପର୍କରେ ଆଲୋଚକ ଶ୍ରୀ ସତ୍ୟଜିତ ପଣ୍ଡା,ରମେଶ ପ୍ରସାଦ ମେହେର,ସତ୍ୟନାରାୟଣ ପାଣି, ଭିକାରି ଚରଣ ମହାପାତ୍ର ଆଦି ଆଲୋଚକ ଭାବେ ଆଲୋଚନା କରିଥିଲେ | ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଅଙ୍କିତା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ତଥା କବି ନବ କିଶୋର ଦୀପ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ଶ୍ରଦ୍ଧାଞ୍ଜଳି ସାହୁ, ଅନ୍ଵେଷା ମିଶ୍ର ଓ ସୁଧୀର ଦୀପ ପ୍ରମୁଖ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅଙ୍କିତା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞlପନ କରିଥିଲେ l
