ବରଗଡ଼ ମହିଳା ସମିତି ପକ୍ଷରୁ ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ
ସୁରକ୍ଷିତ ମାତୃତ୍ୱ ଏକ ମାନବିକ ଅଧିକାର
ବରଗଡ଼, ୧୧/୪(ନି, ପ୍ର )- ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଇଥିଲା। ଉପଯୁକ୍ତ ପ୍ରସବ ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନ, ପୁଷ୍ଟିକର ଖାଦ୍ୟ ଏବଂ ନିରାପଦ ପ୍ରସବ ଅଭ୍ୟାସ ସମ୍ପର୍କରେ ସଚେତନତା ବୃଦ୍ଧି କରି ମାତୃ ମୃତ୍ୟୁକୁ ରୋକିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହି ଅବସରରେ ମହିଳା ସମିତିର ସଦସ୍ୟଗଣ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ପ୍ରସୂତୀ ମାନଙ୍କୁ ଫଳ, ବିସ୍କୁଟ, ପାଉଁରୁଟି ଆଦି ଦେବା ସାଙ୍ଗକୁ ପ୍ରସୂତିଙ୍କ ଯତ୍ନ ସମ୍ପର୍କରେ ଉପସ୍ଥିତ ପରିବାର ଜନଙ୍କୁ ସଚେତନ କରାଇଥିଲେ। ସୁରକ୍ଷିତ ମାତୃତ୍ୱ ଏକ ମାନବିକ ଅଧିକାର ବୋଲି ମହିଳା ସମିତି ପକ୍ଷରୁ କୁହାଯାଇ ଦକ୍ଷ ପ୍ରସବ ସହାୟକଙ୍କ ଆବଶ୍ୟକତା, ଜରୁରୀକାଳୀନ ପ୍ରସୂତି ଯତ୍ନ ଏବଂ ରକ୍ତହୀନତା, କୁପୋଷଣ ଓ ସ୍ୱାସ୍ଥ୍ୟସେବା ସୁଗମତା ଭଳି ସମସ୍ୟାଗୁଡ଼ିକର ସମାଧାନ ଉପରେ ସମିତି ଗୁରୁତ୍ୱାରୋପ କରିଥିଲା। ସମିତିର ସଭାନେତ୍ରୀ ମନ୍ଦାକିନୀ ପତି, ସମ୍ପାଦିକା ରିନୁ ପତି, ଉପସଭାପତି ସସ୍ମିତା ପଟ୍ଟନାୟକ, ସହସଂପାଦିକା ସୁଜାତା ପ୍ରଧାନ ଓ କୋଷାଧ୍ୟକ୍ଷ ତନିମା ଦାଶଙ୍କ ନେତୃତ୍ୱରେ ସଦସ୍ୟା ଗଣ ଡ଼ା କମଳିନୀ ଶତପଥୀ, ସୁନିତା କର, ରାଧାରାଣୀ ମିଶ୍ର, ଜୟଗୀତା ପଣ୍ଡା, ଇନ୍ଦ୍ରାଣୀ ଶତପଥୀ, ସଂଗୀତା ଗୁପ୍ତା, ମୀନାକ୍ଷୀ କର, ପଦ୍ମିନୀ ସାହୁ, କବିତା ଦେବତା, ସବିତା ଗୁରୁ, ଭାଗ୍ୟଲକ୍ଷ୍ମୀ ଦୋରା, ଜୟନ୍ତୀ ପ୍ରଧାନ, ଜୟଶ୍ରୀ ପଣ୍ଡା, ବାସନ୍ତୀ ଗଡତିଆ, ମଞ୍ଜୁ ପ୍ରଧାନ, ଡିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ସଂଘମିତ୍ରା ପଟେଲ, ଅନୀମା ଚକ୍ରବର୍ତ୍ତୀ, ସଲୋନି ଦାଶ ପ୍ରମୁଖ ସାମିଲ ହୋଇଥିଲେ। ପ୍ରସୂତୀ ବିଶେଷଜ୍ଞ ଡାକ୍ତର କୁଳମଣି ନାୟକ ଓ ଡ଼ା. କେ.ଆର.ରାଓ, ମ୍ୟାନେଜର ପ୍ରସନ୍ନ ରାଉତ, କର୍ମଚାରୀ ଜ୍ଞାନ କର ଏବଂ ବରିଷ୍ଠ ନର୍ସିଂ ତତ୍ତ୍ୱାବଧାରକ ବଲମା ଦିଦି ପ୍ରମୁଖ ସହଯୋଗ କରିଥିଲେ।
