(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର) ତାରିଖ 06.04.2026 ଆଜି ସକାଳ ପ୍ରାୟ ୧୦୦ ଗୋବଂଶ ଭର୍ତ୍ତି ଥିବା ଏକ କଣ୍ଟେନର ଟ୍ରକ୍କୁ ଭବାନୀପାଟଣାର ରିସଗାଁ ବାଇପାସ୍ ରୋଡ୍ରେ ସାହସୀ ଗୋସେବକମାନେ ଧରିଥିଲେ। ଟ୍ରକ୍ ଚାଳକ ଏବଂ ହେଲ୍ପରକୁ ମଧ୍ୟ ପକଡ଼ାଯାଇଥିଲା।
ଏହା ତ କେବଳ ଗୋଟିଏ ଟ୍ରକ୍ ଧରାପଡ଼ିଛି, କିନ୍ତୁ କେତେ ଟ୍ରକ୍ରେ କେତେ ଗୋବଂଶ ଏଭଳି ଦିନେଦିନେ କତ୍ଲଖାନାକୁ ପହଞ୍ଚୁଛନ୍ତି, ସେଥି ପ୍ରତି କୌଣସି ଧ୍ୟାନ ନାହିଁ।
