*ପାଟିରେ _ପଶିଗଲା _କଉ _ମାଛ_ଚାଲିଗଲା ଜୀବନ* ବାଙ୍ଗିରିପୋଷି : ୦୩/୦୪/୨୦୨୬ (ଭଞ୍ଜଦୂତ ଖବର) ଅଂଶୁମାନ ଘୋଷ:-ଏମିତି ବି ମୃତ୍ୟୁ_ଆସେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ଆମ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୀଘି ଜିପି ଦିଘୀ ଗାଁରେ । ଜଣେ ଯୁବକ ଜୀଅନ୍ତା କଉ ମାଛ ଖାଇ ମୃତ୍ୟୁ । ନାମ ଅବିନାଶ ବିଜୁଳି ବୋଲି ଜଣା ପଡିଛି। ଜାଲରେ ମାଛ ଧରିବା ସମୟରେ କଉ ମାଛ ଟିକୁ ସେ ପାଟିରେ କାମୁଡି ଥିଲେ ଏବଂ ଅନ୍ୟ ମାଛ ଜାଲରୁ ଖଲିବା ସମୟରେ କୌଣସି କାରଣରୁ ମାଛଟି ପାଟି ଭିତରକୁ ଚାଲିଯାଇଥିଲା। ସଙ୍ଗେ ସଙ୍ଗେ ବାଙ୍ଗିରିପୋଷି ଡାକ୍ତରଖାନକୁ ନେଇଥିଲେ, ଡାକ୍ତର ନ ଥିବାରୁ ଯୁବକ ର ଜୀବନ ଚାଲିଯାଇଛି । ଯାହା ତାଙ୍କ ଘର ଲୋକ ଅଭିଯୋଗ ଆଣିଛନ୍ତି ।ମୃତ୍ୟୁ ପରେ ସବ ପୋଷ୍ଟ ମଟମ ହେଲା ପରେ ବାହାରିଲା ମାଛ।
