ଘସିପୁରା ର ଏସ ଆର ଏମ ଠାରେ ଉତ୍କଳ ଦିବସ ପାଳନ…
—————————————
କେନ୍ଦୁଝର ର ଅଗ୍ରଣୀ ଅନୁଷ୍ଠାନ ସ୍ବସ୍ତି ଫାଉଣ୍ଡେସନ, କେନ୍ଦୁଝର, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଏସ ଆର ଏମ, ଘସିପୁରା ର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ, ଶକ୍ତିପୀଠ ତ୍ରିଲୋଚନପୁର ଠାରେ ପବିତ୍ର ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦୁଝର ଜିଲ୍ଲା କିଶୋରନ୍ୟାୟ ବୋର୍ଡ ସଦସ୍ୟ ଡ଼କ୍ଟର ମାନସ ରଞ୍ଜନ ପଣ୍ଡା,ମୁଖ୍ୟ ଅତିଥି, କେନ୍ଦୁଝର ଜିଲ୍ଲା ଉତ୍କଳ ସମ୍ମିଳନୀ ର ଉପସଭାପତି ଡ଼କ୍ଟର ବିମ୍ବାଧର ବେହେରା ମୁଖ୍ୟ ଵକ୍ତା, କେନ୍ଦୁଝର ନାଗରିକ ମଞ୍ଚ ଉପସଭାପତି ତଥା କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦ ର ଆବାହକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଓ ଗାନ୍ଧୀ ବିଚାର ପରିଷଦ ର ଉପସଭାପତି ଶ୍ରୀ କର୍ଣ୍ଣାଟ କିଶୋର ଜେନା, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଚେୟାରମ୍ୟାନ ଅଧିବକ୍ତା ଜଗଜିତା ଦାସ ସନମାନୀୟ ଅଥିଥି ଭାବରେ ଯୋଗ ଦେଇଥିଲେ l ଏସ ଆର ଏମ ସମ୍ପାଦିକା ଶ୍ରୀମତୀ ନମିତା ବଳ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଶିଶୁଯତ୍ନ ଗୃହ ଶିଶୁମାନେ, ଅତିଥି ଓ ଏସ ଆର ଏମ ର ସମସ୍ତ କର୍ମକର୍ତା ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l ପରେ ପରେ ଶିଶୁ ଓ କର୍ମୀ ମାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା l ପ୍ରଥମ କରି ଭାଷାଭିତିରେ ଓଡିଶା ରାଜ୍ୟ ଗଠନ ର ଇତିହାସ,ବର୍ଣନା କରିଥିଲେ l ବାରିଷ୍ଟର ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି ପ୍ରମୁଖ ଙ୍କ ନୂତନ ଓଡିଶା ରାଜ୍ୟ ଗଠନ ରେ ଭୂମିକା, ଲେଢେଇ ଏବଂ ତ୍ୟାଗ ବିଷୟରେ ବୁଝାଇ ଥିଲେ l ଓଡିଶା ଭାଷା ଶାସ୍ତ୍ରୀୟ ଭାଷା ର ମାନ୍ୟତା ପାଇଛି l ଆମକୁ ଏକାଠି ହୋଇ ଓଡ଼ିଆ ଭାଷା କୁ ବଞ୍ଚେଇ ରଖିବାକୁ ହେବ ଆହ୍ୱାନ ଦେଇ ଥିଲେ l ଶେଷରେ ଶିଶୁ ମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ଓ ପଲ୍ଲୀ ଗୀତ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଓ ପଂକ୍ତି ଭୋଜନ ଅନୁଷ୍ଠିତ ହୋଇ ଥିଲ l
