*ବରିଷ୍ଠ ଆଇନଜୀବି ରାମକୃଷ୍ଣ ନନ୍ଦ ଙ୍କୁ ଡାକ୍ତର ବାବୁ ପୁସ୍ତକ ପ୍ରଦାନ*
ତାଳଚେର :ତା 3/4/2026: ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ବିଜେପି ର ରାଜ୍ୟ ସଭାପତି ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ବରିଷ୍ଠ ବିଜେପି ନେତା ରାଜ୍ୟ ସମ୍ପାଦକ ତଥା ଉପନ୍ୟାସିକ କାଳନ୍ଦି ସାମଲ ଙ୍କ ଦ୍ୱାରା ରଚିତ ଡାକ୍ତର ବାବୁ ପୁସ୍ତକ ଉନ୍ମଚିତ ହୋଇଥିଲା |ଉକ୍ତ ପୁସ୍ତକ ରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କ ଜୀବନୀ ତଥା ତାଙ୍କ ସହ ସଂସ୍ପର୍ଶ ରେ ଆସିଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କର ଅନୁଭୂତି ଉପରେ ଉପସ୍ଥାପନା କରାଯାଇଛି |ଆଜି ଉକ୍ତ ଡାକ୍ତର ବାବୁ ପୁସ୍ତକ କୁ ବରିଷ୍ଠ ଆଇନଜୀବୀ ତଥା ସ୍ବର୍ଗତ ଡ଼ା ପ୍ରଧାନ ଙ୍କର ଘନିଷ୍ଠ ସହଯୋଗୀ ରାମକୃଷ୍ଣ ନନ୍ଦ ଙ୍କୁ ପ୍ରଦାନ କରାଯାଇଛି |ବରିଷ୍ଠ ଆଇନଜୀବି ଉଚ୍ଛନ ପଟ୍ଟନାୟକ, ଅଖିଳ ସାମଲ, ଯଶୋବନ୍ତ ନନ୍ଦ, ବିପୁଲ ବଳ, ସୃତି ସିଦ୍ଧାନାମ ପ୍ରମୁଖ ଉକ୍ତ ପୁସ୍ତକ ଶ୍ରୀଯୁକ୍ତ ନନ୍ଦ ଙ୍କୁ ପ୍ରଦାନ କରିଛନ୍ତି |ପୁସ୍ତକ ପାଇ ଶ୍ରୀଯୁକ୍ତ ନନ୍ଦ ଖୁସି ପ୍ରକଟ କରିବା ସହ ଡାକ୍ତର ବାବୁ ଙ୍କ ପାଇଁ ମୁଁ ଆଜି ଓକିଲାତି କରି ପାରିଛି ବୋଲି ପ୍ରକାଶ କରିଥିଲେ |
