ବହୁମୁଖି ପର୍ଯ୍ୟଟନ କେନ୍ଦ୍ରକୁ ଲୋକାର୍ପଣ କଲେ ବିଧାୟକ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ଚେକ୍ ଗେଟ ପାର୍ଶ୍ୱସ୍ଥ ୫୩ ନମ୍ବର ଜାତୀୟ ରାଜପଥକୁ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ସରାଙ୍ଗ ଅନନ୍ତ ଶୟନ ଜନସୁବିଧା ନାମରେ ନିର୍ମିତ ହୋଇଥିବା ବହୁମୁଖି ପର୍ଯ୍ୟଟନ କେନ୍ଦ୍ର ପରଜଙ୍ଗର ମାନନୀୟ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନଙ୍କ କରକମଳରେ ଆଜି ଲୋକାର୍ପିତ ହୋଇଛି । ନୂତନ ଭାବେ ନିର୍ମିତ କେନ୍ଦ୍ରକୁ ବିଶିଷ୍ଟ ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା ସମାପନ ପରେ ବିଧାୟକ ଶ୍ରୀ ପ୍ରଧାନ ରିବନ୍ କାଟି ନଡ଼ିଆ ବାଡେଇ ଉଦଘାଟନ କରିବା ସହ ଲୋକାର୍ପଣ କରିଛନ୍ତି। ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଯଶଶ୍ଵିନୀ ରାଉତ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଅଜିତ କୁମାର ସାହୁ , ଶ୍ରୀ ଅଶୋକ କୁମାର ବର୍ମା , ଶ୍ରୀ ଅଶାନ୍ତି ରାଉତ ,ବିଜେପିର ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ଶ୍ରୀ ବୈଷ୍ଣବ ନାଥ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶରତ ଚନ୍ଦ୍ର ସାହୁ , ଶ୍ରୀ ଅନିଲ କୁମାର ଭୂତିଆ , ନାରୀ ନେତ୍ରୀ ଶ୍ରୀମତୀ ଏଲିନା ଭୂତିଆ , ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ଦୟାନିଧି ସାହୁ , ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ , ଶ୍ରୀ ହିମାଂଶୁ ପାଢ଼ୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହା ପରେ ସମସ୍ତେ ଉକ୍ତ କେନ୍ଦ୍ର ପରିସରରେ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସଭାରେ ଯୋଗ ଦେଇଥିଲେ ।
