କଙ୍କା ଭିଲେଜ ନାଇଟ୍ କ୍ରିକେଟ ଟୁନାମେଣ୍ଟ 2026 କଙ୍କା l(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ବାଇଶିଆ ପଞ୍ଚାୟତ କଙ୍କା ଗ୍ରାମରେ ଆଜି ତା -29-03-2026 ରେ ସେମି ଫାଇନାଲ kkcc କଙ୍କା ସହିତ ସ୍ପାଇଡ଼ର ଇଲେଭେନ ଶିମିଳିଆ ସହିତ ମୁକାବିଲା ଏହି ଟୁନାମେଣ୍ଟ ରେ ଢେଙ୍କାନାଳ ଜିଲ୍ଲା ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଭାରତୀ ଅପା ବିଜେପି ଜିଲ୍ଲା ଉପସଭାନେତ୍ରୀ, ପ୍ରଭାତୀ ଅପା ବିଜେପି କାର୍ଯ୍ୟକର୍ତ୍ତା ଟୁନି ଅପା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଅଞ୍ଚଳ ର ବିଜେପି କର୍ମୀମାନେ ଯୋଗଦେଇଥିଲେ l ପ୍ରଥମେ ଗ୍ରାମର ଚଳନ୍ତି ଠାକୁର ରାଧା କୃଷ୍ଣଙ୍କୁ ଦର୍ଶନ କରି ପ୍ରଭୁଙ୍କର ଆଶିଷଭିକ୍ଷ୍ୟା ଲାଭକରି ଗ୍ରାମର ପାନୀୟ ଜଳ, ବିଦ୍ୟୁତ,ଶିକ୍ଷ୍ୟା ଓ ରାସ୍ତା ବିଷୟରେ ଗ୍ରାମର ବୟସ୍କ ଲୋକ ମାନଙ୍କ ସହିତ ଆଲୋଚନା କରିଥିଲେ, ଓ ପରିଶେଷରେ ଗ୍ରାମବାସୀଙ୍କ ଗୋଟିଏ ଅନୁରୋଧ ଥିଲା କଙ୍କା ଗ୍ରାମଠାରୁ ବାଇଶିଆ ଗ୍ରାମପର୍ଯ୍ୟନ୍ତ ସୋଲାର ଆଲୋକ ବବସ୍ଥା କରାଗଲେ ସେହି ରାସ୍ତାରେ ଜଙ୍ଗଲୀ ହାତୀ ଯାତାୟାତ କରୁଥିବାରୁ ସେମାଙ୍କଠାରୁ ଜୀବନ ରକ୍ଷା ହୋଇପାରନ୍ତା l ତା ପରେ ମୁଖ୍ୟ ଅତିଥିଙ୍କୁ ଆକାଶ ବାଦ ଶଙ୍ଖ ହୁଳହୁଳି ରେ ସ୍ୱାଗତ ସମ୍ବର୍ଦ୍ଧନା କରି କ୍ରିକେଟ ପଡିଆରେ ଯୋଗ ଦେଇ ମୁଖ୍ୟ ଅତିଥି ଫିତା କାଟିଥିଲେ ଉଭୟ ଟିମ kkcc କଙ୍କା v ସ୍ପାଇଡ଼ର ଇଲେଭେନ ଶିମିଳିଆ ସହିତ ହ୍ୟାଣ୍ଡସେକ କରି ପରିଚୟ ପ୍ରଦାନ କରିଥିଲେ ଓ ତାପରେ ଜାତୀୟ ସଂଗୀତ ଗାନ ପରେ ଖେଳ ଆରମ୍ଭ ହୋଇଥିଲା ପ୍ରଥମେ ସ୍ପାଇଡ଼ର ଇଲେଭେନ ଟଚଜିତି ବ୍ୟାଟିଙ୍ଗି କରି 126/8 ରନ କରିଥିଲା ତା ପ୍ରତିବଦଳରେ kkcc କଙ୍କା ଓଭୋର ଶେଷ ସୁଦ୍ଧା 106/8 ରନ କରି ସେମି ଫାଇନାଲ ରୁ ବଞ୍ଚିତ ହୋଇଥିଲା l
