ଧାନ ମଣ୍ଡି ଅବବ୍ୟସ୍ଥାକୁ ନେଇ ଚାଷୀ ଙ୍କ ଦ୍ୱାରା ରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ।
ପରଜଙ୍ଗ : (ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା, ପରଜଙ୍ଗ ବ୍ଲକ ଅନ୍ତର୍ଗତ ସାଆନ୍ଧା ସମବାୟ ସମିତି ରେ ଏବେ ଧାନ ମଣ୍ଡି ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି, ଚାଷୀଟିଏ ନିଜର କଷ୍ଟ ଉପାର୍ଜିତ ଧାନ ଏବେ ବିକ୍ରି କରିନପାରି ଧାନ କୁ ଖୋଲା ଆକାଶ ରେ ରଖିଛି ଏ ସମ୍ପର୍କ ରେ ସାଆନ୍ଧା ଅଞ୍ଚଳର ଚାଷୀ ମାନଙ୍କ ଦ୍ୱାରା ପ୍ରଶାସନ କୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରୁନାହିଁ, ଚାଷୀ ଆଜି ଉତ୍ୟକ୍ତ ହୋଇ ସାଆନ୍ଧା ଛକ ରେ ସହ ସହ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିବା ବେଳେ ଆଜି ସକାଳୁ ରାସ୍ତା ରୋକ ହୋଇ ସହ ସହ ଗାଡି ରାସ୍ତାର ଉଭୟ ପାର୍ଶ୍ୱ ରେ ଅଟକି ଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳ ରେ ପହଂଚି ନଥିବା ଦେଖିବାକୁ ମିଳିଛି।
