
କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ସରକାରୀ ବାସ ଭବନ ।
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବ୍ୟାରେଜ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ କଲୋନୀ କ୍ୱାଟର ଗୁଡ଼ିକ ସୁରକ୍ଷିତ ନୁହେଁ । କାଳି ରାତି କାଳବୈଶାଖୀ ପ୍ରଭାବରେ ସମଲ ବ୍ୟାରେଜ କର୍ମ ଚାରୀ ଦୁର୍ଗା ଚରଣ ସୋରେନଙ୍କ ଘର ଉପରେ ମାଡି ବସିଛି ଏକ ବିରାଟ ଗଛ ଫଳରେ କର୍ମ ଚାରୀଙ୍କ ଘର ଭାଙ୍ଗି ଚୁରମାର ଘରୁ ବାହାରି ପାରି ନ ଥିଲେ ପରିବାର ଲୋକେ ପାଖ ପାନ ଦୋକାନୀ ପ୍ରଶାନ୍ତ ମହାନ୍ତିଙ୍କ ଦୋକାନ ଘର ଉପରେ ଗଛ ଭାଙ୍ଗି ମାଡ଼ିବସିଛି । କଣିହାଁ ଅଗ୍ନିଶମ ବାହିନୀଙ୍କୁ ଯୋଗା ଯୋଗ କରାଯାଇଥିଲା ଅଗ୍ନିଶମ ବାହିନୀ ଘଣାସ୍ଥଳରେ ପହଞ୍ଚି ଗଛକାଟି ଲୋକ ମାନଙ୍କୁ ଉଦ୍ଧାର କରିଥିଲେ ।
ସମଲ କତ୍ତ୍ରୁପକ୍ଷଙ୍କ ଦାୟିତ୍ଵହୀନ ଯୋଗୁ ଏହି ଭଳି ଘଟଣା ଦେଖିବାକୁ ମିଳୁଛି । ଏ ଭଳି ଅନେକ ଶୁଖିଲା ଗଛ ସରକାରୀ ଘର ପାଖରେ ଅଛି ।କେତେବେଳେ କାହାର ଘର ଉପରେ ପଡ଼ିବ କହିହେବ ନାହିଁ
ତେଣୁ ତୁରନ୍ତ ଉକ୍ତ ଗଛ ଗୁଡିକ ହଟାଇବାକୁ ସାଧାରଣରେ ଦାବି ହେଉଛି ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
