ଟାଟା ପାୱାର କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିର୍ନ୍ନ ଦାବିରେ ମହିଳାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ଗ୍ରାମର ଦେହୁରୀ ବସ୍ତିରେ ଟାଟା ପାୱାର କମ୍ପାନୀ ପକ୍ଷରୁ ବକେୟା ବିଲ ଦର୍ଶାଇ ବିଦ୍ୟୁତ ବିଛିର୍ନ୍ନ କରାଯାଇଥିଲା l ଏହାର ପ୍ରତିବାଦ ରେ ବସ୍ତିର ମହିଳାମାନେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ l କାନପୁରା ଗ୍ରାମ ର ଦେହୁରୀ ବସ୍ତିରେ ବିଦ୍ୟୁତ ବିଲ ବକେୟା ଥିବାର ଦର୍ଶାଇ ଟାଟା ପାୱାର କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିର୍ନ୍ନ କରାଯାଇଥିଲା l କିନ୍ତୁ ବିଦ୍ୟୁତ ବିଲ ପୈଠ କରିଥିବାର ଦର୍ଶାଇ ମହିଳାମାନେ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫାଟକ କୁ ବନ୍ଦ କରି ବସିରହିଥିଲେ l ଫଳରେ କାର୍ଯ୍ୟାଳୟ ରୁ ବାହାରକୁ କେହି ଯିବା ସମ୍ଭବ ହୋଇ ପାରିନଥିଲା l ଖବର ପାଇ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ମହିଳାମାନଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲେ l ପରେ ବିଧାୟକ ଶ୍ରୀ ଜେନା ବିଦ୍ୟୁତ ସଂଯୋଗ କରିବାକୁ କହିବାରୁ ବିଭାଗୀୟ କର୍ମଚାରୀମାନେ ବସ୍ତିରେ ପହଞ୍ଚି ବିଦ୍ୟୁତ ସଂଯୋଗ କରିଥିଲେ l ବିଦ୍ୟୁତ ସଂଯୋଗ କରିବାର ଖବର ପାଇବା ପରେ ମହିଳାମାନେ ଫାଟକ ସମ୍ମୁଖରୁ ଉଠି ବସ୍ତିକୁ ଫେରିଥିଲେ l ଏହି ଖବର ପ୍ରଚାର ହେବା ପରେ ଟାଟା କମ୍ପାନୀରେ ମନମୁଖୀ କାର୍ଯ୍ୟାଧାରା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି l
