ସୋର ଧାନବରଖୁଣ୍ଟା ଗ୍ରାମରେ ମା ବାସୁଳୀ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।
ଆଜି ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ର ଧାନବର ଖୁଣ୍ଟା ଗ୍ରାମରେ ମା ବାସୁଳୀ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଖବର ରୁ ପ୍ରକାଶ ସୋର ବ୍ଲକ ଶେଷ ସିମା କାଂଶବାଂଶ ନଦୀର କୂଳରେ ଅବସ୍ଥିତ ଏହି ଛୋଟ ଗ୍ରାମ। ଏହି ଗ୍ରାମରେ କେଉଁ ଆବାହନ କାଳରୁ ପ୍ରାୟ ୧୫୦ ବର୍ଷ ର ଗ୍ରାମଦେବତୀ ରୂପେ ମା ବାସୁଳୀ ପୁଜା ପାଉଥିଲେ। କିନ୍ତୁ ମାଙ୍କ ର ମନ୍ଦିର ନଥିବାରୁ ଅଞ୍ଚଳର କେତେକ ବୈଦାନ୍ଯ ବ୍ୟକ୍ତି, ଗ୍ରାମର ସମସ୍ତ ଗ୍ରାମବାସୀ, ଓ ଶ୍ରଦ୍ଧାଳୁମାନେ ସ୍ବ ହସ୍ତରେ ସାହାଯ୍ୟ ଓ ସହଯୋଗ କରିଥିଲେ। ଏଥିରେ ମୁଖ୍ୟ ପୁରୋଧା ଭାବେ ପିତାମ୍ବର ମଲ୍ଲିକଙ୍କ ନିଶ୍ବାର୍ଥ ପୂର୍ଣ୍ଣ ଭାବେ ଅନବରତ ଉଦ୍ୟମ ଓ ଚେଷ୍ଟା କେମିତି ମା ମନ୍ଦିର ରେ ପୂଜା ପାଇବେ ମାଙ୍କ ସ୍ଵପ୍ନାଦେଶ ତାଙ୍କୁ ଥିଲା, ତାହା ଆଜି ସଫଳ ହୋଇଛି। ଏହା ସହିତ ମୁଖ୍ୟତଃ ଅଭିମନ୍ୟୁ ଦାସ, ନିଶାକର ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ବିନୋଦ ମଲ୍ଲିକ, ବାସନ୍ତୀ ମଲ୍ଲିକ ଓ ସମସ୍ତ କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟ ସମାପନ ଓ ସଫଳ କରାଇଥିଲେ। ଏହା ସହିତ ମା ଙ୍କ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯାହା ହେଉ ମା ଆଜି ମନ୍ଦିର ଭିତରକୁ ପ୍ରବେଶ କରି ପୂଜା ପାଉଥିବାରୁ ମା ବାସୁଳୀ ଙ୍କ ଆର୍ଶୀବାଦ ସମସ୍ତ ଙ୍କ ଉପରେ ଥିବା ସ୍ଥାନୀୟ ଅଞ୍ଚଳରେ ମତବ୍ୟକ୍ତ ପ୍ରକାଶ ପାଇଛି।
