*ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଆଜି ୨୦୨୬-୨୭ ଶିକ୍ଷା ବର୍ଷ ର ଫଳାଫଳ ଘୋଷଣା, ପ୍ରାଥମିକ ପ୍ରଥମ ରୁ ଅଷ୍ଟମ ପାସ୍ ହାର ୧୦୦% ପ୍ରତିଶତ ଏବଂ ନବମ ଓ ଏକାଦାଶ ୭୫% ପ୍ରତିଶତ*
ନୂଆପଡା ( ମିଖାଏଲ ନନ୍ଦ)
ତା:୨୭.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷ ରୁ ଆଜି ୨୦୨୬-୨୭ ଶିକ୍ଷା ବର୍ଷ ର ଫଳାଫଳ ଘୋଷଣା କରିଛନ୍ତି। ପରୀକ୍ଷା ଫଳ ଘୋଷଣା ପାଇଁ ବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶିବନନ୍ଦନ ଅଗ୍ରୱାଲ ଫଳାଫଳ କୁ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ସମ୍ମୁଖରେ ଉନ୍ମୋଚିତ କରିଥିଲେ। ଚଳିତ ଶିକ୍ଷା ବର୍ଷ ରେ ପ୍ରାଥମିକ ବିଭାଗ ରୁ ପ୍ରଥମ ରୁ ଅଷ୍ଟମ ପାସ୍ ହାର ୧୦୦% ପ୍ରତିଶତ ରହିଥିବା ବେଳେ ମାଧ୍ୟମିକ ସ୍ତରରେ ନବମ ଓ ଏକାଦାଶ ପାସ୍ ହାର ୭୫% ପ୍ରତିଶତ ରହିଅଛି। ବିଦ୍ୟାଳୟ ଇଂରାଜୀ ଶିକ୍ଷକ ଶୁଭଦୀପ ବିଶ୍ୱାସ ଆସନ୍ତା ଶିକ୍ଷା ବର୍ଷ ପାଇଁ ଛାତ୍ର ଛାତ୍ରୀଙ୍କୁ ଅନେକ ପରିଶ୍ରମ ସହ ନିଜ ପାଠ୍ୟ ପୁସ୍ତକ ଉପରେ ଗୁରୁତ୍ୱ ଦେବା ସହ ଆଲମ୍ପିୟାଡ ପରୀକ୍ଷା ନାମ ରେ ସାଇବର୍ ଠକେଇ ସଂସ୍ଥା ରୁ ଲିଙ୍କ ଏବଂ କଲ୍ ଆସିବା ଦ୍ୱାରା ଆଯଥାରେ ଅର୍ଥ ଠକେଇ ହେବା ସୂଚନା ଦେଇଥିଲେ। ଏଭଳି ଲିଙ୍କ କୁ ଦୂରେଇ ରହି ସ୍କୁଲ ସହ ଯୋଗାଯୋଗ ପାଇଁ ଆହ୍ବାନ କରିଥିଲେ। ସେହିପରି ଲାଇବ୍ରେରିଆନ ଏମ ଏସ ପି ପ୍ରାଚୀନ ପୁସ୍ତକ ଉତ୍ସବ ପାଳନ ପାଇଁ ଅଭିଭାବକଙ୍କୁ ଆହ୍ବାନ କରିଥିଲେ। ସୁନିଲ ଭୋଇ,ସଶାଙ୍କ, ଶେଫାଳୀ, ଆର୍ଯୁ ପୁନୀୟା, ନିଲେଶ ପ୍ରମୁଖ ଯୋଗ ଦେଇଥିଲେ
