*ସିନାପାଲିରେ କବି ମନୋହର ମେହେର ଜୟନ୍ତୀ ପାଳିତ, କାବ୍ଯ କବିତାକୁ ସଂଗୀତର ରୂପ ଦେଲେ ସୁଦୂର ପ୍ରସାରି ହେବ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୭.୦୩-.
ଦିନ ଥିଲା ଏହି ଅଞ୍ଚଳ କେନ୍ଦ୍ର ପ୍ରୋଭିନ୍ସ ରେ ଥିବା ବେଳେ ଓଡ଼ିଆ ଭାଷାର ସଙ୍କଟ ଥିଲା। ଠିକ୍ ସେହି ସମୟରେ ଓଡ଼ିଆ ସାହିତ୍ଯ ଓ ଭାଷାର ସୁରକ୍ଷାରେ କବି ମନୋହର ମେହେରଙ୍କ ସାରସ୍ବତ ସାଧନା ଅଞ୍ଚଳ ରେ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ଓଡ଼ିଆ ଭାଷା ସୁରକ୍ଷା ର ଦାୟଦ ଭାବରେ ତାଙ୍କ ମୁଖ୍ଯ ଭୂମୀକା ଗ୍ରହଣ କରିଥିବା ଆଜି କବି ଜନ୍ମପୀଠ ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ କବିଙ୍କ ୧୪୨ତମ ଜନ୍ମଜୟନ୍ତୀ ପାଳନ ଅବସରରେ ମତ ପ୍ରକାଶ ପାଉଅଛି। ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ଥାନୀୟ ଏସଏସକେପି ପରିସରରେ ସମିତିର ସଭାପତି ବୈଷ୍ଣବ ମେହେର ତତ୍ବାବଧାନରେ ଏନେଇ ଆୟୋଜିତ କାର୍ଯ୍ଯକ୍ରମରେ ଯୁବକବି ପ୍ରଦ୍ଯୁମ୍ନ ସିଂହ ଚିନ୍ଦା ମେହେର କବିଙ୍କ ସାରସ୍ୱତ ସାଧନା ଓ ସାହିତ୍ଯ କୄତି ବିଷୟରେ ଆଲୋଚନା ରଖିଥିଲେ। ପ୍ରତିକୂଳ ପରିସ୍ଥିତିରେ ସାହିତ୍ଯ ସାଧନା କରି ସମାଜ ପାଇଁ ସାହିତ୍ୟର କାରୁକାର୍ୟ୍ଯ କାବ୍ଯ କବିତା ରଚନା କରିଯାଇଥିବା କବି ମନୋହରଙ୍କ ପଦ୍ଯାବଳୀକୁ ସଂଗୀତର ରୂପ ଦେଲେ ତାଙ୍କ କୃତି ଅଧିକ ସୁଦୂର ପ୍ରସାରି ହୋଇ ପାରିବ। ସ୍ବର ସଙ୍ଗମ କଳା ପରିଷଦ ଓ ଗଙ୍ଗାଧର ସାରସ୍ବତ ସମିତି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। କୁମୁଦବନ୍ଧୁ ଯୋଷୀ, ଏସଏସକେପି ସଭାପତି ତ୍ରିନାଥ ମେହେର, ବହୁ ସାହିତ୍ୟିକ ଯୋଗ ଦେଇଥିଲେ।
