*”ବିଶ୍ଵ ନାଟକ ଦିବସ ଉପଲକ୍ଷେ ନାଟକ ମଞ୍ଚସ୍ଥ “*
ଚିକିଟି: (ଶ୍ରୀବତ୍ସ ସାହୁ) ବିଶ୍ଵ ନାଟ୍ୟ ଦିବସ ଉପଲକ୍ଷେ ଚିକିଟି କଳାକାର ସଂଘ ତରଫରୁ ଚିକିଟି ଗଡ଼ ରଥଦାଣ୍ଡ ରେ, ତା -୨୬/୦୩/୨୬ ରିଖ ଗୁରୁବାର ସଂଧ୍ୟାରେ,ନାଟ୍ୟକାର କୈଳାସ ମଲ୍ଲିକ ଏଵଂ ନିର୍ଦ୍ଦେଶକ ଶ୍ରୀ ନୀଳାଞ୍ଚଳ ପାତ୍ରଙ୍କ ଦ୍ୱାରା ନାଟକ “ସ୍ବାମୀ ଖୋଜା ଚାଲିଛି”ମଞ୍ଚସ୍ଥ ହୋଇଥିଲା। ଦେଶରେ ଧର୍ମ ନାମରେ ଅଶାନ୍ତ, ଭେଦଭାବ, ସଂଘର୍ଷ ଏଵଂ ସାମ୍ପ୍ରଦାୟିକ ଦଙ୍ଗା କରୁଥିବା ପାକିସ୍ତାନର ଛଦ୍ମବେଶୀ ଆତଙ୍କବାଦୀ ଗୋଷ୍ଠୀ, ଆମ ଦେଶର ପ୍ରଭାବଶାଳୀ ରାଜନେତା ଏଵଂ ପୋଲିସ ମାନଙ୍କ ସହାୟତାରେ, ନିଜର ରାଜନୈତିକ ଫାଇଦା ନିମନ୍ତେ ସାଧାରଣ ଜନତା ଏଵଂ ସାମ୍ୱାଦିକଙ୍କ ଉପରେ କିପରି ଚାପ ପ୍ରୟୋଗ କରି ସମାଜରେ ଅଶାନ୍ତୀ ସୃଷ୍ଠି କରନ୍ତି, ଏଵଂ ଶେଷରେ ଦେଶର ଜନତା ଏଵଂ କାନୁନ୍ ଆଗରେ ହାର ମାନି ଦଣ୍ଡ ପାଆନ୍ତି, ତାହା ଅତି ସୁନ୍ଦର ଭାବେ ପ୍ରଦର୍ଶନ ହୋଇଥିଲା। ଚିକିଟି କଳାକାର ସଂଘ ସଭାପତି ଡ଼ା. ସନ୍ତୋଷ କୁମାର ବକ୍ସିଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ସୀମାନ୍ତ ନଟରାଜ ତଥା କଳାକାର ଡ଼ା. ତିରୁପତି ସାହୁ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ସୁରେନ ପାଢ଼ୀ ଏବଂ ଶ୍ରୀଯୁକ୍ତ ରମାକାନ୍ତ ବେହେରା ଯୋଗ ଦେଈ ନାଟକର ଆଭିମୁଖ୍ୟ- ସ୍ଥିତି ଏଵଂ ଚିକିଟି କଳାକାରଙ୍କ ବୈଭବ ସମ୍ପର୍କରେ ଆଲୋଚନା କରିଥିଲେ। ସଙ୍ଗ ତରଫରୁ, ଚିକିଟି ଗଡ଼ ର ପୂର୍ବତନ ପ୍ରତିଭାଦୀପ୍ତ କଳାକାର ଶ୍ରୀ ବିନାୟକ ପଟ୍ଟନାୟକ ଏଵଂ ଶ୍ରୀ ଲକ୍ଷ୍ମନାରାୟଣ ମହାପାତ୍ରଙ୍କୁ ଜୟମାଲ୍ୟ ଓ ସମ୍ମାନ ପତ୍ର ଦେଈ ସମ୍ୱର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ଡ଼ା. ସନ୍ତୋଷ କୁମାର ବକ୍ସି କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ଏଵଂ ମାନ ପତ୍ର ପଠନ ଶ୍ରୀ ଆଶୋକ କୁମାର ପାଣିଗ୍ରାହୀ କରିଥଲେ। ନାଟକରେ ଚିକୁ, ରାଜେନ୍ଦ୍ର, ନୀଳାଞ୍ଚଳ, ଗୋପୀ, ଶିବାନୀ, ଟିକିନା, ଅଭିଷେକ,ପ୍ରଣୀତ, ଗୋଗୁଲ, ଚନ୍ଦନ,କାହ୍ନୁ, ଆଶୋକ,ବୈଷ୍ଣବୀ, ଜ୍ଞାନ, ଶ୍ରୁତି, ରାମଶଙ୍କର, ଆଦି ପ୍ରମୁଖ କଳାକାର ଉତ୍କୃଷ୍ଟ ଅଭିନୟ କରିଥିଲେ। ହଜାର ହଜାର ଦର୍ଶକ ଉକ୍ତ ସଚେତନତାମୂଳକ ନାଟକକୁ ମନ ଭରି ଉପଭୋଗ କରିଥିବା ବେଳେ ଶେଷରେ ଡ଼ା. ରାମଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରୁଥିଲେ।
ସଙ୍ଗୀତ ପରିବେଷଣ ଅରୁଣ ସାହୁ କରିଥିବା ବେଳେ ଆଲୋକ ଏଵଂ ଶବ୍ଦ ମନୁ ମହାପାତ୍ର, LED ଜମ୍ବୋ ପରିଚାଳନା ଅରୁଣ ପଣ୍ଡା କରିଥିଲେ।
