ବେଲଗୁଣ୍ଠା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ତରଫରୁ ଶ୍ରୀରାମ ନବମୀ ଉତ୍ସବ ପାଳିତ
ବେଲଗୁଣ୍ଠା,୨୭/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଶକୁନ୍ତଳା ନାୟକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ ଓ ପରିଚାଳନା ସମିତିର ସମ୍ପାଦକ ପବିତ୍ର କୁମାର ସାହୁ, କୋଷାଧ୍ୟକ୍ଷ ଚିନଂ ରବିନ୍ଦ୍ର ନାଥ ସୁବୁଦ୍ଧି, ସଦସ୍ୟା ଚିନଂ ସୁଜାତାସୁବୁଦ୍ଧି,ରାଧାରାଣୀ ସେଠୀ ଦୀପ ପ୍ରଜ୍ବଳନ କରିଥିଲେ l ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ରଙ୍କ ବିଷୟରେ କିଛି ଉପଦେଶ ଦେବା ପରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ସୀତା ଓ ହନୁମାନ ବେଶରେ ଛାତ୍ରଛାତ୍ରୀ ମାନେ ସୁସଜ୍ଜିତ ହୋଇ ସ୍ଥାନୀୟ ରଘୁନାଥ ମନ୍ଦିର ଓ ବିଭିନ୍ନ ମନ୍ଦିରକୁ ଯାଇ ଠାକୁରଙ୍କର ଦର୍ଶନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଥ ସଞ୍ଚାଳନ ହୋଇଥିଲା l ଘରେ ଘରେ ମା ଓ ମାଉସୀ ମାନେ ପ୍ରଭୁ ରାମଙ୍କ ପାଦ ଧୋଇ ସ୍ଵାଗତ କରିଥିଲେ l ଲୋପ ପାଇବାକୁ ବସିଥିବା ଆମ ସଂସ୍କୃତିକୁ ଶିଶୁ ମନରେ ଜାଗ୍ରତ କରିବା ଓ ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ ରେ ସମସ୍ତେ ଅନୁପ୍ରାଣିତ ହେବା ପରିଚାଳନା ସମିତିର ମୁଖ୍ୟ ଲକ୍ଷ୍ଯ ଥିଲା l ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ସହର ପରିକ୍ରମା ଓ ପଥ ସଞ୍ଚଳନ କରାଯାଇଥିଲା I ଅଞ୍ଚଳର ସମସ୍ତ ସାମ୍ବାଦିକ ତଥା ବେଲଗୁଣ୍ଠାବାସୀ ଉତ୍ସାହର ସହ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ ଓ ଅଭିନନ୍ଦନ କରି ଉପଭୋଗ ଥିଲେ । ଶିକ୍ଷା ସହ ଏଭଳି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରି ଅନୁଷ୍ଠାନର ସେବାବ୍ରତୀ ମାନେ ଲୋକମାନଙ୍କ ଦ୍ୱାରା ବେଶ୍ ଉଚ୍ଛ୍ଵସିତ ଓ ପ୍ରଶଂସିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଅନୁଷ୍ଠାନର କୈଳାଶ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ରାଜୀବ ଗୁରୁଜୀ, ବସନ୍ତ ଗୁରୁଜୀ, ଗୀତା ଗୁରୁମା, ମାଧୁରୀ ଗୁରୁମା,ଜୟନ୍ତୀ ଗୁରୁମା, ପ୍ରଣୀତା ଗୁରୁମା, ତପସ୍ୱିନୀ ଗୁରୁମା, ଅନୁରାଧା ଗୁରୁମା, ମିନତି କୁମାରୀ ମିଶ୍ର ଗୁରୁମା,କଳ୍ପନା ଗୁରୁମା, ମଧୁ ଗୁରୁମା, ମମତା କୁମାରୀ ତ୍ରିପାଠୀ ଗୁରୁମା,ସଂଜ୍ଞା ଗୁରୁମା,ସମସ୍ତ ଗୁରୁଜୀ, ଗୁରୁମା ଏବଂ ଲକ୍ଷ୍ମୀ ମାଉସୀ, ମମିତା ମାଉସୀ ଏହି ପୂର୍ଣ୍ଣ ସହଯୋଗ କରିଥିଲେ। ଅନୁଷ୍ଠାନ ସମ୍ପାଦକ ପବିତ୍ର ସାହୁଧନ୍ୟବାଦ ଅର୍ପଣ କରିଥିଲେ।
