*ନୂଆପଡ଼ା ଜିଲ୍ଲା କୃଷି ଉତ୍ପାଦକ ସଂଗଠନ ଙ୍କ କ୍ଷେତ୍ର ପରିଦର୍ଶନ ସାହିଦ୍ରୀ କୃଷି ଫାର୍ମ ମହାରାଷ୍ଟ୍ର ନାସିକ୍ କୁ ଗସ୍ତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୬.୦୩.
ନୂଆପଡ଼ା ଜିଲ୍ଲା ଜିଲ୍ଲା କୃଷି ଉତ୍ପାଦକ ସଂଗଠନ ଙ୍କ କ୍ଷେତ୍ର ପରିଦର୍ଶନ ସାହିଦ୍ରୀ କୃଷି ଫାର୍ମ ମହାରାଷ୍ଟ୍ର ନାସିକ୍ କୁ ଗସ୍ତ କରିଛନ୍ତି। ଆଜି ଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ସାହିଦ୍ରୀ କୃଷି ଫାର୍ମ କୁ ପରିଦର୍ଶନ କରି ସେଠାରେ ନାସିକ୍ ପିଆଜ ଚାଷ ,ଉତ୍ପାଦନ ଏବଂ ବଜାର ବ୍ୟବସ୍ଥା ପରିଦର୍ଶନ କରିବେ। ନୂଆପଡ଼ା ଜିଲ୍ଲା ର ୮ ଗୋଟି କୃଷି ଉତ୍ପାଦନ ସଙ୍ଗଠନ ର ୩୦ ଜଣ କୃଷି ସଦସ୍ୟ ମାନେ ଗସ୍ତ କରିଛନ୍ତି। ଓଡ଼ିଶା କୃଷି ଉତ୍ପାଦନ ସଶକ୍ତିକରଣ ଏବଂ ଉଦ୍ୟାନ ନିର୍ଦ୍ଦେଶାଳୟ ର ମିଳିତ ଆନୁକୂଲ୍ୟରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ କୃଷି ଉତ୍ପାଦନ ସଙ୍ଗଠନ ସଦସ୍ୟ ଙ୍କୁ ଶୁଭେଚ୍ଛା ଦେଇ ନିଜ କୃଷି ଜୀବନରେ ଅନେକ ଅଭିଜ୍ଞତା ଆହାରଣ କରି ନିଜ ଜିଲ୍ଲାରେ ତାର ଉପଯୋଗ କରିବାକୁ ଆହ୍ବାନ କରିଥିଲେ। ବୋଡ଼େନ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ନାଗ ଙ୍କ ନେତୃତ୍ୱରେ ଗସ୍ତ କରିଛନ୍ତି।
