*ପଦ୍ମପୁର ଉପଜିଲ୍ଲପାଳ କୁମାରୀ ସ୍ନେହା ଅରୁଗୁଲାଙ୍କୁ ବିଦାୟୀ ସମ୍ୱର୍ଦ୍ଧନା*
*ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର କଲେ କାର୍ଯ୍ୟଭାର ଗ୍ରହଣ*
ବରଗଡ :୨୬/୦୩(ନି, ପ୍ର) ପଦ୍ମପୁର ଉପଜିଲ୍ଲାପାଳ କୁମାରୀ ସ୍ନେହା ଅରୁଗୁଲାଙ୍କୁ ଆଜି ପଦ୍ମପୁର କାର୍ଯ୍ୟାଳୟରୁ ଔପଚାରିକ ଭାବେ ବିଦାୟ ନେଇଛନ୍ତି। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି, ତାଙ୍କର କାର୍ଯ୍ୟକାଳୀନ ସେବା, ନେତୃତ୍ୱ ଓ ଉତ୍କୃଷ୍ଟ ପ୍ରଶାସନିକ କୌଶଳକୁ ସ୍ମରଣ କରିଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଦ୍ମପୁର ଉପଖଣ୍ଡର ସମଗ୍ର ଉନ୍ନତି, ଲୋକସେବାର ଦୃଢ଼ ପରିଚାଳନା ଏବଂ ସରକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ବୟନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।
ସରକାରଙ୍କ ନୂତନ ନିଯୁକ୍ତି ଅନୁଯାୟୀ, କୁମାରୀ ଅରୁଗୁଲାଙ୍କୁ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (Chief Development Officer) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer) ଭାବେ ନିଯୁକ୍ତି ଦିଆଯାଇଛି। ସେ ଏହା ସହିତ ପୁରୀ ମୁନିସିପାଲ କର୍ପୋରେସନର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିଭାଇବେ। ପୂର୍ବରୁ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ପରିଷଦର CDO ଭାବେ ଯେଉଁ ବଦଳି ହୋଇଥିଲା, ତାହା ବାତିଲ କରାଯାଇଛି।
ଏହି ସନ୍ଦର୍ଭରେ, ପାଇକମାଲ ତହସିଲଦାର ଶ୍ରୀମତି ସିନ୍ଧୁସୁତା ପାତ୍ର ପଦ୍ମପୁର ଉପଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଜି ଔପଚାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରି ପ୍ରଶାସନିକ କାର୍ଯ୍ୟ ସୁଚାରୁ ଭାବେ ଚାଲିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ବିଦାୟୀ ଅବସରରେ କୁମାରୀ ସ୍ନେହା ଅରୁଗୁଲା ତାଙ୍କର ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାଇ ଭବିଷ୍ୟତରେ ମଧ୍ୟ ଲୋକସେବା ପ୍ରତି ନିରନ୍ତର ଅତୁଟ ସମର୍ପଣ ରଖିବେ ବୋଲି କହିଥିଲେ।
ଶେଷରେ, ଉପସ୍ଥିତ ସଭ୍ୟମାନଙ୍କ ଦ୍ୱାରା କୁମାରୀ ଅରୁଗୁଲାଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ଭବିଷ୍ୟତ ଜୀବନ ଓ କାର୍ଯ୍ୟକ୍ଷେତ୍ର ପାଇଁ ଶୁଭେଚ୍ଛା ଦିଆ ଯାଇଥିଲା।
