ବେଶ ରୋଚକ ମୋଡରେ ବାଲେଶ୍ବର ଦଳ ଡିଆଁ ରାଜନୀତି !
-
ଦଳ ଡିଆଁ ଖେଳ ବାଲେଶ୍ବର ରାଜନୀତି ଇତିହାସ ପୃଷ୍ଠାରେ କିଛି ନୂଆ କଥା ହୋଇ ନ ଥିଲେ ବି, ନିର୍ବାଚନ ନାହିଁ ସତ, ହେଲେ କାଳ ବୈଶାଖୀ ଝଡ଼ ଭିତରେ ବି ରାଜନୀତି ତାତି ଭାରି ପ୍ରବଳ ! ବାଲେଶ୍ବର ନେତାଙ୍କ ଅଦିନ ଦଳ ଡିଆଁ କୁ ନେଇ ବେଶ ଚର୍ଚ୍ଚା ଲାଗିରହିଥିବା ବେଳେ, “ଛବିଶ ବର୍ଷ” ଭିତରେ ଦଳ ଡିଆଁ ରେ ବାଲେଶ୍ବରର ଅନେକ ବରିଷ୍ଠ ଅନୁଭବୀ ନେତା ! ଦଳ ଡିଆଁ ରେ ଏଠି ସେମିତି ବିଶେଷ କିଛି ପ୍ରଭାବ ପଡୁ ନଥିବା ଲକ୍ଷ୍ୟ କରାଯାଉଥିବା ବେଳେ,ଜିଲ୍ଲାର ଅନେକ ବରିଷ୍ଠ ନେତା ଦଳ ଡିଆଁ ମାରି ବି ବିଗତ ଦିନରେ ଭଲ ସଫଳତା ଗୋଟାଇଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ଜିଲ୍ଲାର ବରିଷ୍ଠ ଅଭିଜ୍ଞତା ସମ୍ପନ୍ନ ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେ 2000 ମସିହାରୁ 2018 ଭିତରେ ବିଭିନ୍ନ ସମୟରେ ବିଭିନ୍ନ ଦଳ ପରିବର୍ତ୍ତନ କରିଥିବା ନଜିର ରହିଥିବା ବେଳେ, ଭୋଗରାଇ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ୰ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ପୂର୍ବତନ ବସ୍ତା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ବାଲେଶ୍ବର ସଦର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ରେମୁଣା ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସୋର ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା,ପୂର୍ବତନ ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ବାଲେଶ୍ବର ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ବିଭିନ୍ନ ସମୟରେ ଦଳ ଡିଆଁ ରେ ବି ସାମିଲ ହୋଇ ଚର୍ଚ୍ଚାରେ ରହିଥିବା ଲକ୍ଷ୍ୟ କରାଯାଇଛି। ତେବେ ଯାହା ଶୁଣିବାକୁ ମିଳୁଛି, ସେବା, ତ୍ୟାଗ,ସମର୍ପଣ, ନୀତି, ନୈତିକତା, ଦଳୀୟ ଆଦର୍ଶ, ଦଳ ପ୍ରତି ଆନୁଗତ୍ୟ ଗୋଟିଏ ପଟେ ରହିଥିବା ବେଳେ, ଅନ୍ୟପଟେ ସାଂପ୍ରତିକ ରାଜନୈତିକ ସ୍ଥିତି ଭିତରେ ନିଜର ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ରଖି ନେତାଙ୍କ ଦଳ ଡିଆଁ ରାଜନୀତି ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରି ଆସୁଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ସବୁପରେବି, ଏହି ନେତା ସଫଳତା ହାତେଇ ଆସୁଥିବା ଲକ୍ଷ୍ୟ କରାଯାଉଥିବା ବେଳେ, ଏହା ଏବେ କେବଳ ସାମୟିକ ଭାବେ କିଛି ଦିନ ପାଇଁ ବିଭିନ୍ନ ମହଲରେ କିଛି ଚର୍ଚ୍ଚାରେ ସୀମିତ ରହିଥିବା କଥାକୁ ବି ଏଡ଼ାଇ ଦିଆଯାଇ ନପାରେ !
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
