ଢେଙ୍କାନାଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଯାଞ୍ଚ ସହ ସଚେତନତା କାର୍ଯ୍ୟକ୍ରମ।
(ଧର୍ମାନନ୍ଦ ସେଠି ଙ୍କ ଖବର )
କାମାକ୍ଷାନଗର,କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପାରିବହନ ବିଭାଗ ପକ୍ଷରୁ କାମାକ୍ଷାନଗର ଅଞ୍ଚଳରେ ସଡ଼କ ସୁରକ୍ଷା ଏବଂ ଯାନବାହାନ ଚଳାଚଳକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ସାର୍ଥକ ଦତ୍ତଙ୍କ ତତ୍ୱାବଧାନରେ ଯାତାୟାତ କରୁଥିବା ଗାଡି ଗୁଡିକର ଯାଞ୍ଚ, ମଦ୍ୟପାନ କରି ଗାଡି ଚଳାଉଥିବା ଡ୍ରାଇଭର, ସିଟ ବେଲ୍ଟ, ହେଲମେଟ, ଲାଇସେନ୍ସକୁ ଓ ଅତ୍ୟଧିକ ଧୃତଗତିରେ ଗାଡି ଚଳାଇବାକୁ ନେଇ ଲୋକଙ୍କୁ ସଚେତନତା କରାଇଥିଲେ। ଯଦିଓ ଲୋକଙ୍କ ଠାରୁ କୌଣସି ଫାଇନ ଆଦାୟ କରାଯାଉନଥିଲା, ତେବେ ସଚେତନତା ପାଇଁ ସେମାନଙ୍କୁ ସତର୍କତା ଅବଲମ୍ବନ ପାଇଁ ସଡ଼କ ସୁରକ୍ଷା ଆଇନ ସମ୍ବନ୍ଧରେ ଅଧିକାରୀ ମାନେ ଯାତ୍ରୀ ମାନଙ୍କୁ ବୁଝାଉଥିଲେ। ଏପରିକି ବହୁମୂଲ୍ୟ ଜୀବନ ଏବଂ ଧନ ଜୀବନ ସୁରକ୍ଷା ପାଇଁ ଆମର କର୍ତ୍ତବ୍ୟ ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ପୋଲିସ ପକ୍ଷରୁ ସହଯୋଗ କରାଯାଇଥିଲା।
