ବେଲଗୁଣ୍ଠା ଆଳିଆ ସାହି ପକ୍ଷରୁ ବିଭିନ୍ନ ଠାକୁରାଣୀଙ୍କୁ ପଣାପାଣି ପ୍ରଦାନ
ବେଲଗୁଣ୍ଠା, ୨୫/୦୩-(ଶିବରାମ ଚୌଧୁରୀ )-, ଆଜି ଚୈତ୍ର ତୃତୀୟ ପାଳି ମଙ୍ଗଳବାର ଅବସରରେ ବେଲଗୁଣ୍ଠା ସହରର ବିଭିନ୍ନ ଦେବୀଙ୍କୁ ପରମ୍ପରା ମୁତାବକ ପଣାପାଣି ଅର୍ପଣ କରାଯାଇଛି I ଆଜି ବେଲଗୁଣ୍ଠା ଆଳିଆ ସାହି ପକ୍ଷରୁ ସହରର ବିଭିନ୍ନ ଦେବୀ ପୀଠରେ ପଣାପାଣି ଅର୍ପଣ କରାଯିବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି ଅବସରରେ ଆଜି ଆଳିଆ ସାହିରୁ ପାରମ୍ପରିକ ବାଦ୍ୟ ବାଜଣା ,ପଶୁ ମୁଖା ନୃତ୍ୟ ପଟୁଆରରେ ଶତାଧିକ ଶ୍ରଦ୍ଧାଳୁ ବାହାରି ଗୋପୀନାଥ ସାହି ଦେଇ ବାଲିଡି ସାହି, ଗୋଲା ସାହି ଦେଇ ମାଆ ଚିକର ଦେଇ, ବୁଢି ମାଆ, ଏବଂ ମାଆ ବ୍ରାହ୍ମଣ ଦେବୀଙ୍କ ନିକଟକୁ ଯାଇ ପଣା ପାଣି ଅର୍ପଣ କରିଥିଲେ I ସାହିର କାମେଶ୍ୱର ଡାକୁଆ, ବେଦବର ପୋଲେଇ, ତୋଫାନ ପୋଲେଇ, ଦୀପକ ବିଷୋୟୀ, ବିଷ୍ଣୁ ସାହୁ, ରଂଜିତ୍ ଦଳେଇ, ସନ୍ତୋଷ ଡାକୁଆ, ସୁରେଶ ଡାକୁଆ, ପ୍ରଭାତ ପ୍ରଧାନ, ସନ୍ତୋଷ ପ୍ରଧାନ, ସୂର୍ଯ୍ୟ ଜେନା, ବେହେରା ବାବୁ, ମନୋଜ ଦଳେଇ, ଟୁକୁନା ଦଳେଇ, ରଞ୍ଜନ ପାତ୍ର, ଟୁକୁନା ବାଡତ୍ଯା ,ସଂଗ୍ରାମ ସ୍ୱାଇଁ, ଲୀଟୂ ବେହେରା, ଚନ୍ଦନ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ଫଟୋ
